Chakradhar Behera
Quick Facts
Biography
ଚକ୍ରଧର ବେହେରା (୧୮୯୪ - ୧ ଜାନୁଆରୀ ୧୯୭୩) ଜଣେ ଓଡ଼ିଆ ରାଜନେତା, ସଂଗଠକ ଓ କବି ଥିଲେ ।ସେ ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୩୭ ମସିହାରେ ଓଡ଼ିଶାରେ ହୋଇଥିବା ପ୍ରଥମ ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ପୂର୍ବ ଭଦ୍ରକରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସ୍ୱାଧୀନତା ପରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରାଜନୈତିକ ଜୀବନ
ସେ ୧୯୨୨ ମସିହାରେଭାରତୀୟ ଜାତୀୟ କଂଗ୍ରେସଦଳରେ ଯୋଗ ଦେଇଥିଲେ । କନିକା ପ୍ରଜାମେଳିରେ ସେ ଅଂଶଗ୍ରହଣ କରିଥିଲେ । ଚକ୍ରଧର ବେହେରା ସ୍ୱାଧୀନତା ପୂର୍ବରୁ ପ୍ରଥମ ଓଡ଼ିଶା ବିଧାନ ସଭାକୁ ପୂର୍ବ ଭଦ୍ରକରୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୩୭ ମସିହାରୁ ୧୯୪୬ ମସିହାଯାଏଁ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୮,୫୬୮ ଖଣ୍ଡ ଭୋଟ ପାଇଥିଲେ । ଏହି ବିଧାନ ସଭାରେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ସାହିତ୍ୟ ସର୍ଜନା
ଚକ୍ରଧର ଜଣେ ବିପ୍ଲବୀ କବି ଭାବରେ ମଧ୍ୟ ପରିଚିତ ଥିଲେ । "ବନ୍ଦୀର ବିଳାପ" ଓ "ଜୟନ୍ତୀ" ନାମରେ ସେ ଦୁଇଟି ପୁସ୍ତକ ରଚନା କରିଥିଲେ ।
ମୃତ୍ୟୁ
ଚକ୍ରଧର ବେହେରା ୧୯୭୩ ମସିହାର ଜାନୁଆରୀ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ । ୯ ଫେବୃଆରୀ ୧୯୭୩ରେ ତାଙ୍କୁ ଓଡ଼ିଶା ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।