peoplepill id: chaitanya-prasad-majhi
CPM
India
1 views today
1 views this week
Chaitanya Prasad Majhi
Politician from Odisha, India

Chaitanya Prasad Majhi

The basics

Quick Facts

Intro
Politician from Odisha, India
A.K.A.
Chaitanya Prasada Majhi
Places
Work field
Gender
Male
Place of death
Bhubaneswar, India
Age
89 years
Family
The details (from wikipedia)

Biography


ଚୈତନ୍ୟ ପ୍ରସାଦ ମାଝୀ (୧୯ ନଭେମ୍ବର ୧୯୨୯ - ୨୮ ଜାନୁଆରୀ ୨୦୧୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାକୁ ସଂରକ୍ଷିତ ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟ ସଭା ତଥା ଲୋକ ସଭାର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଏଥି ସହିତ ସେ ଶିକ୍ଷା ଓ ଯୁବ କଲ୍ୟାଣ ମନ୍ତ୍ରୀ ଏବଂ ପେଟ୍ରୋଲିୟମ୍‌ ଓ କେମିକାଲ୍‌ ବିଭାଗରେ ଉପମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ ନେତା ଥିଲେ ଏବଂ ଆଦିବାସୀ ଭାଷାରେ ସେ କିଛି ପୁସ୍ତକ ରଚନା କରିଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ଚୈତନ୍ୟ ପ୍ରସାଦ ମାଝୀ ୧୯ ନଭେମ୍ବର ୧୯୨୯ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ଲକ୍ଷ୍ମଣ ମାଝୀ । ସେ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ସେ ଦମୟନ୍ତୀ ମାଝୀଙ୍କୁ ବିବାହ କରିଥିଲେ । ଚୈତନ୍ୟଙ୍କର ଝିଅ ସରୋଜିନୀ ହେମ୍ବ୍ରମ ଓଡ଼ିଶାର ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେ ସାଂସଦ ଥିଲେ ।

ରାଜନୈତିକ ଜୀବନ

ଚୈତନ୍ୟ ୧୯୭୨ରୁ ୧୯୭୬ ମସିହା ପର୍ଯ୍ୟନ୍ତ ରାଜ୍ୟ ସଭା ସାଂସଦ ଥିଲେ । ୧୯୮୬ ମସିହାରେ ସେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସଂରକ୍ଷିତ ଆସନରରେ ଜନତା ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଏବଂ ୧୯୯୦ ମସିହାରେ ପୁଣିଥରେ ବିଧାୟକ ହୋଇ ଓଡ଼ିଶା ବିଧାନ ସଭାକୁ ଯାଇଥିଲେ । ୨୦୦୪ ମସିହାରେ ସେ ବାଙ୍ଗିରିପୋଷି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୯୦ ମସିହାରୁ ୧୯୯୫ଯାଏଁ ଶ୍ରୀ ମାଝି ରାଜ୍ୟ ସରକାରରେ ଶିକ୍ଷା ଓ ଯୁବ କଲ୍ୟାଣ ମନ୍ତ୍ରୀ ଥିଲେ । ଏଥିସହ ୧୯୭୨ ମସିହାରୁ ୧୯୭୮ଯାଏଁ ସେ କେନ୍ଦ୍ର ସରକାରରେ ପେଟ୍ରୋଲିୟମ୍‌ ଓ କେମିକାଲ୍‌ ବିଭାଗରେ ଉପମନ୍ତ୍ରୀ ଥିଲେ । ୧୯୭୯ରୁ ୧୯୮୫ ପର୍ଯ୍ୟନ୍ତ ଚୈତନ୍ୟ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଥିଲେ ।

ମୃତ୍ୟୁ

୨୮ ଜାନୁଆରୀ ୨୦୧୯ରେ ଚୈତନ୍ୟ ପ୍ରସାଦ ମାଝୀଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ବୟସ ଅଧିକ ହେବା କାରଣରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ୨୮ ତାରିଖ ଦିନ ସକାଳ ୭:୧୦ ମିନିଟ୍‌ରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଧାର

ବାହାର ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Chaitanya Prasad Majhi is in following lists
comments so far.
Comments
From our partners
Sponsored
Credits
References and sources
Chaitanya Prasad Majhi
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes