peoplepill id: brundaban-jena
BJ
India
1 views today
1 views this week
Brundaban Jena
Lyricist

Brundaban Jena

The basics

Quick Facts

Intro
Lyricist
Places
Gender
Male
The details (from wikipedia)

Biography

ବୃନ୍ଦାବନ ଜେନା, ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ଗୀତିକାର,ଗାଳ୍ପିକ,ସଂଳାପ ଲେଖକ ତଥା ନିର୍ଦ୍ଦେଶକ ଅଟନ୍ତି । ଶ୍ରୀ ଜେନା, ପ୍ରାୟ ୩୦ଟି ଚଳଚିତ୍ରରେ ଗୀତରଚନା କରିବା ସହ ୮ଟି ଚଳଚିତ୍ରରେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି । ଏତଦ ବ୍ୟତିତ, ଜାତୀୟ ସ୍ତରରେ ସମ୍ମାନୀତ, ଶାସ୍ତି ଓ ବାଟ ଅବାଟ ଚଳଚିତ୍ରର ସେ ଜଣେ ସଫଳ ନିର୍ଦ୍ଦେଶକ ।

ବୃନ୍ଦାବନ ଜେନା, ବାଲ୍ୟକାଳରୁ ସଙ୍ଗୀତ ପ୍ରତି ଗଭିର ଭାବରେ ଆସକ୍ତ ଥିଲେ । ପିଲାବେଳେ ଅଜା, ବିଶିଷ୍ଟ ଗାୟକ ପରମାନନ୍ଦ ଜେନାଙ୍କ ଠାରୁ ଛାନ୍ଦ,ଚଉପଦୀ,ଭଜନ ଓ ଜଣାଣ ଆଦି ଶିକ୍ଷା କରିଥିଲେ । ସେ, ୧୯୬୫ ମସିହାରୁ ଆକାଶବାଣୀ କଟକର ଜଣେ ସ୍ଵୀକୃତି ପ୍ରାପ୍ତ ଗୀତିକାର ହେବାର ମର୍ଯ୍ୟଦା ଲାଭ କରିଛନ୍ତି । ୧୯୭୨ ମସିହାରେ, ଧରିତ୍ରୀ କଥାଚିତ୍ରରୁ, ସେ ନିଜର ଚଳଚିତ୍ର ଜୀବନ ଆରମ୍ଭ କରିଥିଲେ । ଚଳଚିତ୍ରରେ ପ୍ରବେଶ କରାଇବାର ଶ୍ରେୟ, ସେ ବିଶିଷ୍ଟ ପ୍ରଯୋଜକ ଧୀର ବିଶ୍ଵାଳ ଓ ନିର୍ଦ୍ଦେଶକ ନିତାଇ ପାଲିତଙ୍କୁ ଦେଇଛନ୍ତି । ତାଙ୍କ ଚଳଚିତ୍ର ଜୀବନ ମଧ୍ୟରେ, ସେ 'ପୀରତି ତୋର ଦୂରୁ ଜୁହାର', 'ଗେଲବସରର ଦିନ ସରିଗଲା', 'ଏମିତି ରାତି ସେ ଯେ ଅଭୁଲା ସ୍ମୃତି', 'ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର', 'ବନ ପକ୍ଷୀ ଝୁରେ', 'ଚନ୍ଦ୍ରିକା ତୁମେ ଝରାଫୁଲ ପାଇଁ' ଆଦି ବହୁ ଲୋକପ୍ରିୟ ଗୀତ ରଚନା କରିଯାଇଛନ୍ତି । ୧୯୭୩ ମସିହାରେ, ସେ ଓଡ଼ିଆ ଭାଷା ସାହିତ୍ୟରେ, ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ସ୍ଵର୍ଣପଦକ ଲାଭ କରିଛନ୍ତି ।

ଗୀତି କବିତା ରଚନା ପାଇଁ, ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଆଦି ଅନେକ ପୁରସ୍କାରରେ ସମ୍ମାନୀତ ।

ଓଡ଼ିଆ କଥାଚିତ୍ରକୁ ଅବଦାନ

କଥାଚିତ୍ରଭୂମିକାବର୍ଷପୁରସ୍କାର
ଶାସ୍ତ୍ରିନିର୍ଦେଶକ୧୯୮୯
ଝିଙ୍କି ଝିଙ୍କାଗୀତିକାର,ନିର୍ଦେଶକ୧୯୮୦
ବାଟ ଅବାଟଗୀତିକାର,ନିର୍ଦେଶକ୧୯୮୦
ବନ୍ଧୁ ମହାନ୍ତିଗୀତିକାର୧୯୭୭
ଅମର ପ୍ରେମଗୀତିକାର୧୯୭୬
ଘର ସଂସାରଗୀତିକାର୧୯୭୩
ଧରିତ୍ରୀଗୀତିକାର୧୯୭୩

ଆଧାର

ବାହାର ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Brundaban Jena is in following lists
comments so far.
Comments
From our partners
Sponsored
Brundaban Jena
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes