Biplab Roy Chowdhury
Quick Facts
Biography
ବିପ୍ଳବ ରାୟଚୌଧୁରୀ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ । ଡାକ୍ତରୀ ପାଠ ଅଧାରୁ ଛାଡି, ସେ ନିଜ ପସନ୍ଦର ବେଉସା, ଚଳଚ୍ଚିତ୍ର ନିର୍ମାଣକୁ ଆବୋରୀ ନେଇଥିଲେ। ଅର୍ଦ୍ଧେନ୍ଦୁ ଚାଟାର୍ଜୀଙ୍କ ଅଧିନରେ ଜଣେ ସହ-ନିର୍ଦ୍ଦେଶକ ଭାବରେ ସେ, ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ପ୍ରାୟ ୨୦ଟି ଚଳଚ୍ଚିତ୍ରରେ ସହ-ସମ୍ପାଦକ ଭାବରେ କାମ କରିବା ପରେ, ସେ ନିଜେ ମୁଖ୍ୟ ସମ୍ପାଦକ, ଲେଖକ ଓ ନିର୍ଦ୍ଦେଶକ ଭାବରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କଦ୍ୱାରା ନିର୍ଦ୍ଦେଶିତ ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର ବର୍ଣ ବିବର୍ଣ ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା । ତିନି ଦଶନ୍ଧି ବ୍ୟାପି ଚଳଚ୍ଚିତ୍ର ଜୀବନରେ ସେ ପ୍ରାୟ ୧୪-୧୫ଟି କ୍ଷୁଦ୍ର ଚଳଚ୍ଚିତ୍ର ବା ଡକୁମେଣ୍ଟାରୀ ଫିଲ୍ମ ଓ ପ୍ରାୟ ୧୦ଟି ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।
ବିପ୍ଳବ ରାୟଚୌଧୁରୀ, ନିଜ ମାତୃଭାଷା ବଙ୍ଗଳା ଅପେକ୍ଷା ଓଡ଼ିଆରେ ଅଧିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଚିଲିକା ତୀରେ ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା । ଚିଲିକାର ମତ୍ସଜୀବି ମାନଙ୍କର ଜୀବନ ଓ ସଂଘର୍ଷକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟି ସର୍ବଭାରତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅଧିନରେ ସ୍ୱର୍ଣକମଳ ପୁରସ୍କାର ହାସଲ କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କର ଆଉ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର, ଅରଣ୍ୟ ରୋଦନ ଓ ନିର୍ବାଚନ ମଧ୍ୟ ୧୯୯୪ ଓ ୧୯୯୫ ମସିହାରେ ସ୍ୱର୍ଣକମଳ ପୁରସ୍କାର ହାସଲ କରିଥିଲା ।
ବିପ୍ଳବ ରାୟଚୌଧୁରୀ, ସତ୍ୟଜିତ ରାୟ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନରେ ନିର୍ଦ୍ଦେଶନା ଓ ସମ୍ପାଦନା ବିଭାଗର ମୁଖ୍ୟ ରୂପେ କାର୍ଯ୍ୟନିର୍ବାହ କରିଛନ୍ତି । ୧୯୮୯ ମସିହାରେ ତାଙ୍କୁ ବିଜୁ ପଟ୍ଟନାୟକ ଫିଲ୍ମ୍ ଓ ଟେଲିଭିଜନ ଅନୁଷ୍ଠାନର ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । କଳିଙ୍ଗ ଷ୍ଟୁଡିଓର ଡାଇରେକ୍ଟର ରୂପରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କଦ୍ୱାରା ନିମନ୍ତ୍ରିତ ହୋଇ, ସେ ସେଠାକାର ବିଭିନ୍ନ ଷ୍ଟୁଡିଓ, ବିଶ୍ୱବିଦ୍ୟାଳୟ ତଥା ଚଳଚ୍ଚିତ୍ର ନିର୍ମାଣ ସହ ସଂଶ୍ଳିଷ୍ଠ ଅନ୍ୟାନ୍ୟ ସଂସ୍ଥା ପରିଦର୍ଶନ କରିବାର ସୁଯୋଗ ପାଇଥିଲେ ।
ଚଳଚ୍ଚିତ୍ରରେ ଭୂମିକା
ବର୍ଷ | ସିନେମାର ନାମ | ଭୂମିକା | ପୁରସ୍କାର |
---|---|---|---|
୧୯୯୪ | ନିର୍ବାଚନ | କାହାଣୀ,ଚିତ୍ରନାଟ୍ୟ,ନିର୍ଦ୍ଦେଶନା | ସ୍ୱର୍ଣ୍ଣ କମଳ (ପରିବେଶ ଉପରେ ଶ୍ରେଷ୍ଠ ସିନେମା) |
୧୯୯୨ | ଅରଣ୍ୟ ରୋଦନ | ଚିତ୍ରନାଟ୍ୟ,ନିର୍ଦ୍ଦେଶନା | ସ୍ୱର୍ଣ୍ଣ କମଳ |
୧୯୮୫ | ଦି ହୁଇସପରିଙ୍ଗ ଉଇଣ୍ଡ | ନିର୍ଦ୍ଦେଶନା | |
୧୯୮୪ | ୟହ କାହାଣୀ ନେହି | ନିର୍ଦ୍ଦେଶନା | |
୧୯୮୩ | ଆଶ୍ରୟ | ନିର୍ଦ୍ଦେଶନା | |
୧୯୮୨ | ହାର୍ଟବିଟ | କାହାଣୀ,ସମ୍ପାଦନା,ନିର୍ଦ୍ଦେଶନା | |
୧୯୮୧ | ଶୋଧ୍ | ନିର୍ଦ୍ଦେଶନା | ସ୍ୱର୍ଣ୍ଣ କମଳ |
୧୯୮୦ | ଟ୍ରାଇବାଲସ୍ ଅଫ ସିଂହଭୂମି | ନିର୍ଦ୍ଦେଶନା | |
୧୯୭୭ | ଚିଲିକା ତୀରେ | ଚିତ୍ରନାଟ୍ୟ,ସମ୍ପାଦନା,ନିର୍ଦ୍ଦେଶନା | ସ୍ୱର୍ଣ୍ଣ କମଳ |
୧୯୭୫ | ବର୍ଣ ବିବର୍ଣ | ନିର୍ଦ୍ଦେଶନା | |
୧୯୭୦ | ଲାଟେଣ୍ଟ | ନିର୍ଦ୍ଦେଶନା | |
୧୯୬୪ | ବିରେଶ୍ୱର ବିବେକାନନ୍ଦ | ସମ୍ପାଦନା | |
୧୯୬୪ | ଲାଲ ପଥର | ସମ୍ପାଦନା |
ଆଧାର
ବାହାର ଆଧାର
- ବିପ୍ଳବ ରାୟଚୌଧୁରୀ (ଇଣ୍ଟରନେଟ ମୁଭି ଡାଟାବେସରେ)