peoplepill id: bilasini-mohanty
Odia writer
Bilasini Mohanty
The basics
Quick Facts
Intro
Odia writer
Places
is
Work field
Gender
Female
Place of birth
Jajpur district, Odisha, India
Star sign
Age
56 years
The details (from wikipedia)
Biography
ବିଳାସିନୀ ମହାନ୍ତି (ଜନ୍ମ ୧୦ ମଇ ୧୯୬୮), ଜଣେ ଓଡ଼ିଆ ଅନୁବାଦକ । ସେ ବହୁ ଭାରତୀୟ ଓ ବିଦେଶୀ ଲେଖକମାନଙ୍କ ଲେଖାକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଅନୁବାଦ ପୁସ୍ତକ ଅନାବୃତ ଅନ୍ଧକାର ପାଇଁ ତାଙ୍କୁ ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏହି ଗଳ୍ପ ସଂକଳନଟି ସାଆଦତ ହସନ ମଣ୍ଟୋଙ୍କର ୫୦ଟି ଅନୁବାଦିତ ଉର୍ଦୁ ଗଳ୍ପକୁ ନେଇ ସମୃଦ୍ଧ । ୧୦ ମଇ ୧୯୬୮ ମସିହାରେ ଯାଜପୁରଠାରେ ଜନ୍ମଗ୍ରହଣ କରିଥିବା ବିଳାସିନୀ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଏମ୍.ଫିଲ୍ ମଧ୍ୟ କରିଛନ୍ତି ।
ସାହିତ୍ୟ କୃତି
- ନିସର୍ଗ-ରାଗ, ୨୦୧୬ (ମୂଳ ଲେଖକ: ଆନ୍ଦ୍ରେ ଜିଦ୍, ଫରାସୀ ଔପନ୍ୟାସିକ)
- ପତନ (ଆଲବର୍ଟ କାମ୍ୟୁ)
- ଡାମିଏନ (ହରମନ୍ ହେସ୍)
- ସବୁ ଦେଶ ପରଦେଶ (ଗୁରୁଦୟାଲ ସିଂ)
- ଜୀବନ ତୃଷ୍ଣା (ଭିନସେଣ୍ଟ ୱାନ ଗୋ)
- ବିଦାୟ ବନ୍ଧୁ (ଅରନେଷ୍ଟ ହେମିଙ୍ଗୱ)
- କମଳେଶ୍ଵରଙ୍କ ଶ୍ରେଷ୍ଠ କାହାଣୀ
- ଶ୍ରେଷ୍ଠ ଫରାସୀ ଗଳ୍ପ
- କେହି ଅଛି ନିଶ୍ଚୟ (ଆଇଜାକ ବାସେଭିସ ସିଙ୍ଗର)
- ସ୍ଵାଧୀନତା ପରବର୍ତ୍ତୀ ହିନ୍ଦୀ କ୍ଷୁଦ୍ର ଗଳ୍ପ
- ଶ୍ରେଷ୍ଠ ଋଷିୟ ଗଳ୍ପ
ପୁରସ୍କାର ଓ ସମ୍ମାନ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୩ (ଅନାବୃତ ଅନ୍ଧକାର)
ଆଉରି ଦେଖିବେ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Bilasini Mohanty is in following lists
In lists
By work and/or country
comments so far.
Comments
Bilasini Mohanty