peoplepill id: basudev-mahapatra-1
BM
India
1 views today
1 views this week
Basudev Mahapatra
Indian journalist

Basudev Mahapatra

The basics

Quick Facts

Intro
Indian journalist
Places
Gender
Male
The details (from wikipedia)

Biography

ବାସୁଦେବ ମହାପାତ୍ର ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ସାମ୍ବାଦିକ ଓ ଫିଲ୍ମ ସମ୍ପାଦକ ଥିଲେ । ସେ ପରିବେଶ ସାମ୍ବାଦିକତା କ୍ଷେତ୍ରରେ ତୃଣମୂଳ ସ୍ତରର ବିକାଶ ରିପୋର୍ଟ ଓ ବିଶ୍ଳେଷଣ ପାଇଁ ଜଣାଶୁଣା ଥିଲେ । ସେ ୧୯୯୮ ମସିହାରେ ନିର୍ମିତ ଭୁବନେଶ୍ୱରର ଖଣି କର୍ମଚାରୀମାନଙ୍କ ଜୀବନ ଉପରେ ପର୍ଯବସିତ ବୃତ୍ତଚିତ୍ର The burning minesର ସମ୍ପାଦନା କରିଥିଲେ ।

୨୦୨୩ ମସିହା ମଇ ୧ ତାରିଖରେ ଭୁବନେଶ୍ୱରର ରାଜଧାନୀ ଡାକ୍ତରଖାନା (କ୍ୟାପିଟାଲ ହସ୍ପିଟାଲ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୫୫ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ଜୀବନୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ବାସୁଦେବ ମହାପାତ୍ର ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାସ୍ଥିତ ବାଲୁଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ସେଠାକାର ଗୋଦାବରୀଶ ବିଦ୍ୟାପୀଠରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ ।

ବୃତ୍ତି

ଶିକ୍ଷା ପରେ ସେ ଛପା ମିଡିଆରେ ଜଣେ ସାମ୍ବାଦିକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ସେ ଉଭୟ ଇଂରାଜୀ ଓ ଧରିତ୍ରୀ ତଥା ଅନ୍ୟାନ୍ୟ ଓଡ଼ିଆ ଖବରକାଗଜ ପାଇଁ କାମ କରୁଥିଲେ । ପରେ ସେ ପ୍ରସାରଣ ମାଧ୍ୟମରେ ଯୋଗ ଦେଇଥିଲେ । ସେ ନକ୍ଷତ୍ର ନିଉଜ୍‌ର ସମ୍ପାଦକ ଭାବରେ ମଧ୍ୟ କିଛି ସମୟ କାର୍ଯ୍ୟ କରିଥିଲେ । ଏହା ପରେ ସେ OdishaofMyTime.com ନାମରେ ନିଜର ୱେବ ଖବର ଚ୍ୟାନେଲ ଚଳାଉଥିଲେ ଏବଂସ୍ଥାନୀୟ ନ୍ୟୁଜ୍ ପ୍ଲାଟଫର୍ମ ସହିତ ଫ୍ରିଲାନ୍ସ କରୁଥିଲେ ।

ମୃତ୍ୟୁ

ସେ କିଛି ଦିନ ଧରି ଅସୁସ୍ଥ ଥିଲେ ଓ ୨୦୨୩ ମସିହା ମଇ ୧ ତାରିଖ ସକାଳେ ଛାତିରେ କଷ୍ଟ ଅନୁଭବ କରୁଥିଲେ । ତାଙ୍କୁ ତାଙ୍କ ଘର ଲୋକେ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ପରୀକ୍ଷା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆଧାର

ବାହାର ଲିଙ୍କ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Basudev Mahapatra is in following lists
comments so far.
Comments
From our partners
Sponsored
Credits
References and sources
Basudev Mahapatra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes