Anant Ojha
Quick Facts
Biography
ଅନନ୍ତ ଓଝା(୧୯୫୭-୨୦୧୭) ଜଣେ ଓଡ଼ିଆ ନାଟ୍ୟକାର ଥିଲେ । ସେ ବହୁ ଓଡ଼ିଆ ଅପେରା ଓ ରଙ୍ଗମଞ୍ଚ ନାଟକ ରଚନା କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଏସିପି ସାଗରିକାରେ ସେ ସଂଳାପ ରଚନା କରିଥିଲେ । ସାମ୍ପ୍ରତିକ ଓଡ଼ିଆ ଅପେରାର ଲୋକପ୍ରିୟତା ବୃଦ୍ଧିକରିବାରେ ଅନନ୍ତଙ୍କ ରଚିତ ନାଟକ ଓ ସଂଳାପର ବହୁଳ ଅବଦାନ ରହିଥିଲା ।
ଅନନ୍ତ, ୧୯୫୭ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଳକ ଅନ୍ତର୍ଗତ ବୀରନୀଳକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୭୩ରେ ସେ ଡେରାବିଶସ୍ଥିତ ସନ୍ଥପୁରା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସକରିଥିଲେ । ପନ୍ଦର ବର୍ଷ ବୟସରେ ସେ ନିଜର ପ୍ରଥମ ନାଟକ ଗାନ୍ଧୀବାଦ ଆଜି କବର ତଳେ ରଚନା କରିଥିଲେ । ୨୦୧୭ମସିହା ଡିସେମ୍ବର ୩୧ତାରିଖରେ କର୍କଟ ରୋଗରେ ପୀଡ଼ିତ ଥାଇ ବେଙ୍ଗାଳୁରୁଠାରେ ତାଙ୍କର ପରଲୋକ ଘଟିଥିଲା । କଳିଯୁଗ ତୋତେ ନମସ୍କାର ତାଙ୍କର ଶେଷ ନାଟକ ଥିଲା ।
ରଚିତ ନାଟକ
ଅନନ୍ତ ୧୬୦ଉର୍ଦ୍ଧ୍ୱ ନାଟକ ରଚନା କରିଥିଲେ । ସେଥିରୁ ଅଧିକାଂଶ ନାଟକ ମଞ୍ଚସ୍ଥ ହୋଇ ଲୋକପ୍ରିୟ ହୋଇଥିଲା । ତାଙ୍କର କିଛି ପ୍ରମୁଖ ନାଟକ ଥିଲା :
- ଖଜୁରି ଗଛର କି ଗୁଣ ଗାଇବି
- ମୋ ପେଁକାଳି ବଜାଇ ଦେ
- ଭଲ ମଣିଷ ଖୋଜା ଚାଲିଛି
- ହରେକୃଷ୍ଣ ହରେରାମ
- ନର୍କରୁ ନିର୍ମାଲ୍ୟ
- ଡିମିର ଫୁଲ
- ମୁଇଁ ସମ୍ବଲପୁରୀ ନନୀ
- ଜୀବନ ଯଜ୍ଞ
- ବାଇଶି ପାହାଚେ ଖେଳିବ ମୀନ
- ଛତା ଚିହ୍ନରେ ଭୋଟ ଦିଅ
- ଜୀଅନ୍ତା ଶବ
- ବିଦେଶିନୀ
- ବାଜିଗଲେ ଦୋଷ ନାହିଁ
- ଅସତ୍ୟ ସହର
- କଂସା କବାଟ
- ବଇନା ଦେଇଛି ବାହା ହବାକୁ
- ଆକାଶବାଣୀ କଟକ
- ବଜାରି ବୁଢ଼ା
- ପ୍ରଳୟ ୨୦୧୨
- ରାଜା ଝିଅ ରୁଷିଛି
- ସବୁ ବାପାଙ୍କ ଦୋଷ
- ରୁଷ୍ ନା ମୋ ସାନ ଭଉଣୀ
- କାଉଁରୀ କନ୍ୟା
- କଳିଯୁଗ ତୋତେ ନମସ୍କାର
- ମୋ ସ୍ତ୍ରୀର ବାହାଘର
- ମୋ ଶବ ମୋ କାନ୍ଧରେ
- ମାଂସ କଣ୍ଢେଇ
- ଜୀଅନ୍ତା ଶବ
- କଂସେଇ ଖାନା
- ମାଇଚିଆ ଗୋଖେଇ ସାହୁ
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଅନନ୍ତ ଓଝା