peoplepill id: amiyabala-patnaik
AP
India
1 views today
1 views this week
Amiyabala Patnaik
Odia writer, translator

Amiyabala Patnaik

The basics

Quick Facts

Intro
Odia writer, translator
Places
Work field
Gender
Female
Awards
Sahitya Akademi Prize for Translation
(2010)
The details (from wikipedia)

Biography

ଅମିୟବାଳା ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ କବି ଓ ଅନୁବାଦିକା । ତାଙ୍କର ୭ଟି କବିତା ପୁସ୍ତକ ଓ ୨୨ଟି ଅନୁବାଦ ପୁସ୍ତକ ପ୍ରକାଶିତ ହୋଇସାରିଛି । ବଙ୍ଗଳା, ହିନ୍ଦୀ ଓ ତେଲୁଗୁ ଆଦି ଭାଷାର ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି । ଫଣିଶ୍ୱରନାଥ ରେଣୁଙ୍କ ମୂଳ ହିନ୍ଦୀ ଗଳ୍ପ ସଂକଳନ 'ରେଣୁ ରଚନା ସଂଚୟନ'କୁ ଓଡ଼ିଆ ଭାଷାରେ ଅନୁବାଦିତ କରି, ସେ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।

ଅମିୟବାଳା, ବୃତ୍ତିରେ ଜଣେ ଶିକ୍ଷୟତ୍ରୀ । ସେ ୧୯୭୫ରୁ ୧୯୮୯ ପର୍ଯ୍ୟନ୍ତ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ,ବ୍ରହ୍ମପୁରର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟକରିଛନ୍ତି । ୧୯୮୯ମସିହାରୁ ନବୋଦୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟକରି, ଅବସର ଗ୍ରହଣ କରିସାରିଛନ୍ତି ।

ରଚନାବଳୀ

କବିତା ପୁସ୍ତକ

  • ଅମିୟ ପଦାବଳି
  • ଶବ୍ଦସବୁ ସରିଗଲା ପରେ

ଅନୁବାଦ ପୁସ୍ତକ

  • ରେଣୁ ରଚନା ସଂଚୟନ (ଫଣିଶ୍ୱରନାଥ ରେଣୁଙ୍କ ମୂଳ ଲେଖା)
  • ଅନାମ ଦାସଙ୍କ ପୋଥି (ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ମୂଳ ଲେଖା)
  • ଶୋଭାଯାତ୍ରା (ଫଣିଶ୍ୱରନାଥ ରେଣୁଙ୍କ ମୂଳ ଲେଖା)
  • ଶିଶିଫସ (ବିମଳ ମିତ୍ରଙ୍କ ମୂଳ ଲେଖା)
  • ରାଜର୍ଷି (ରବିନ୍ଦ୍ରନାଥ ଠାକୁରଙ୍କ ମୂଳ ଲେଖା)
  • ମହାମାନବ ଲୁଇବ୍ରେଲ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୧୦('ରେଣୁ ରଚନା ସଂଚାୟନ' ପାଇଁ)
  • ଭୁବନେଶ୍ୱର ପୁସ୍ତକ ମେଳାଦ୍ୱାରା ସମ୍ମାନୀତ - ୨୦୧୨
  • ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନୀତ - ୨୦୧୪

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Amiyabala Patnaik is in following lists
comments so far.
Comments
From our partners
Sponsored
Credits
References and sources
Amiyabala Patnaik
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes