Ajit Kumar Mohanty
Quick Facts
Biography
ଅଜିତ କୁମାର ମହାନ୍ତି (ଜନ୍ମ: ୧୯୫୯ ମସିହା) ଜଣେ ଓଡ଼ିଆ ବୈଜ୍ଞାନିକ । ୧୨ ମାର୍ଚ୍ଚ ୨୦୧୯ ମସିହାରେ ସେ ଭାରତର ବହୁମୁଖୀ ଆଣବିକ ଗବେଷଣା କେନ୍ଦ୍ର, ‘ଭାବା ଆଣବିକ ଗବେଷଣା କେନ୍ଦ୍ର (BARC)’ର ନିର୍ଦ୍ଦେଶକ ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
ବ୍ୟକ୍ତିଗତ ଜୀବନ ଏବଂ ଶିକ୍ଷା
ଅଜିତ ସନ ୧୯୫୯ ମସିହାରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ୧୯୭୯ ମସିହାରେ ସେ ମୟୁରଭଞ୍ଜର ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଲାଭ କରିଥିଲେ । ୧୯୮୧ ମସିହାରେ କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଲାଭ କରିଥିଲେ । ଅଜିତ, ୟୁନିଭର୍ସିଟି ଅଫ ମୁମ୍ବାଇରୁ ୧୯୮୩ ମସିହାରେ ଡକ୍ଟରେଟ ଉପାଧି ଲାଭ କରିଥିଲେ । ସେହି ୧୯୮୩ ମସିହାରେ ସେ ୨୬ତମ ବିଏଆରସି ତାଲିମ ବିଦ୍ୟାଳୟରୁ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ ।
ପେଶା
୧୯୮୩ ମସିହାରେ ସେ ବିଏଆରସିର ଆଣବିକ ପଦାର୍ଥ ବିଜ୍ଞାନ ବିଭାଗରେ ଯୋଗ ଦେଇଥିଲେ । ତାଙ୍କର ଚଳନ୍ତି ୩୬ ବର୍ଷ କାର୍ଯ୍ୟକାଳରେ ସେ ସବ କୁଲମ୍ବ ବ୍ୟାରିୟରର କୋଳିଜନ ଶକ୍ତିଠାରୁ ଆରମ୍ଭ କରି ରିୟାଲିଟିବିଷ୍ଟିକ ରେଜିମ ପର୍ଯ୍ୟନ୍ତ କାମ କରିଥିଲେ ।
ବର୍ତ୍ତମାନ ସେ କୋଲକାତାରେ ସ୍ଥିତ ଶାହା ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟାର ଫିଜିକ୍ସର ମଧ୍ୟ ନିର୍ଦ୍ଦେଶକ ଅଟନ୍ତି । ବିଏଆରସିର ନିର୍ଦ୍ଧେଶକ ସେ ବର୍ତ୍ତମାନ ତିନି ବର୍ଷ କାଳ କାମ କରିବେ । ସେ ଏହି କାର୍ଯ୍ୟଭାର କେ.ଏନ. ବ୍ୟାସଙ୍କ ଠାରୁ ନେଲେ ।
ପୁରସ୍କାର ଏବଂ ସମ୍ମାନ
- ଯୁବ ବୈଜ୍ଞାନିକ - ୧୯୮୮ (ଭାରତୀୟ ପଦାର୍ଥ ବିଜ୍ଞାନ ସମାଜ)
- ଯୁବ ପଦାର୍ଥ ବିଜ୍ଞାନୀ - ୧୯୯୧ (ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ)
- ଆଣବିକ ଶକ୍ତି ହୋମି ଭାବା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା - ୨୦୦୧