peoplepill id: ajay-kumar-patnaik
Translator from Odisha, India
Ajay Kumar Patnaik
The basics
Quick Facts
Intro
Translator from Odisha, India
Places
Gender
Male
Star sign
Age
75 years
Awards
Sahitya Akademi Translation Prize
(2019)
The details (from wikipedia)
Biography
ଅଜୟ କୁମାର ପଟ୍ଟନାୟକ (ଜନ୍ମ: ୫ ଜୁନ ୧୯୪୯) ଜଣେ ଓଡ଼ିଆ ଅନୁବାଦକ । ସେ ୨୦୧୯ ମସିହାରେ ନିଜ ଅନୁବାଦ ପୁସ୍ତକ "ଶ୍ରେଷ୍ଠ ହିନ୍ଦୀ ଗଳ୍ପ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ । ସେ ପ୍ରାୟ ୪୦ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ସେଥିରେ ଅନୁବାଦ ବ୍ୟତୀତ ମୌଳିକ ରଚନା ମଧ୍ୟ ରହିଛି । ଅଧ୍ୟାପକ ବୃତ୍ତିରୁ ସେ ସେବାନିବୃତ ହୋଇ ସାରିଛନ୍ତି ।
ଅଜୟ ୧୯୪୯ ମସିହାରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ଗାମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ । ୧୯୭୧ ମସିହାରେ ସେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ହିନ୍ଦୀରେ ସ୍ନାତକୋତ୍ତର ଓ ୧୯୭୪ରେ ଡି.ଫିଲ ଶିକ୍ଷା ସମାପ୍ତ କରିଥିଲେ । ୧୯୭୪ରୁ ୨୦୦୭ ପର୍ଯ୍ୟନ୍ତ ଅଧ୍ୟାପକ ଜୀବନ ମଧ୍ୟରେ ସେ ରେଭେନ୍ସା ବିଶ୍ବବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିଛନ୍ତି । ତାଙ୍କ ଅଧିନରେ ବହୁ ଛାତ୍ର ଏମ୍.ଫିଲ., ପି.ଏଚ.ଡି. ଓ ଡି.ଲିଟ. ଲାଭକରିଛନ୍ତି ।
ରଚନାବଳୀ
- ବନଗରବାଡୀ (ମରାଠୀରୁ ଓଡ଼ିଆକୁ ଅନୁବାଦ)
- ଶଙ୍ଖ-ସିନ୍ଦୂର (ରମାନାଥ ତ୍ରିପାଠୀ ପୁସ୍ତକ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
- ଦୀକ୍ଷା (ନରେନ୍ଦ୍ର କୋହଲିଙ୍କ ପୁସ୍ତକ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
- ଜାୟସୀ (ମାଲିକ ମହମ୍ମଦ ଜୟସୀଙ୍କ ଆତ୍ମଜୀବନୀ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
- ବିଲ୍ଲେସୁର୍ ଛେଲିଆ (ନିରାଲାଙ୍କ ଉପନ୍ୟାସହିନ୍ଦୀରୁ ଓଡ଼ିଆକୁ ଅନୁବାଦ)
- ମନୋଜ ଦାସ କୃତ କହାନୀ ସଂଗ୍ରହ (ମନୋଜ ଦାସଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ପ୍ରଭଞ୍ଜନ (ମନୋଜ ଦାସଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ଅନ୍ବେଷା କା ଆକାଶ (ରବି ରାୟଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ମୁରଲୀ ସାହୁକା ଦିନ (ନୃସିଂହ ତ୍ରିପାଠୀଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ପୁଣ୍ୟତୋୟା (ପ୍ରତିଭା ରାୟଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ନୀଲାଚଲ କୋ ରାସ୍ତା(ସାତକଡ଼ି ହୋତାଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ଦେବଶିଶୁ (ସୁସ୍ମିତା ବାଗ୍ଚୀଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
- ବନ୍ଦ ଘର କା କିବାଡ଼ (ମନୋରମା ମହାପାତ୍ରଙ୍କ ପୁସ୍ତକ ଓଡ଼ିଆରୁ ହିନ୍ଦୀକୁ ଅନୁବାଦ)
ସମ୍ମାନ ଓ ପୁରସ୍କାର
- ହିନ୍ଦୀତର ଭାଷୀ କ୍ଷେତ୍ରର ହିନ୍ଦୀ ଲେଖକ ପୁରସ୍କାର - ୧୯୭୬-୭୭ ଏବଂ ୧୯୮୬-୮୭
- ରାମକୃଷ୍ଣ ହିରଜୀମଲ ଡାଲମିୟାଁ ପୁରସ୍କାର - ୧୯୮୩
- ଡି.ଲିଟ (ବିକ୍ରମଶିଳା ବିଶ୍ବବିଦ୍ୟାଳୟ)
- ପୁନର୍ନବା ସାହିତ୍ୟ ସଂସଦ ପୁରସ୍କାର
- ନେତ୍ରମଣି ଅନୁବାଦ ପୁରସ୍କାର
- ଉତ୍କଳ ସାହିତ୍ୟ ସମାଜ ପୁରସ୍କାର - ୨୦୦୬
- ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ପୁରସ୍କାର - ୨୦୦୬
ଆଧାର
The contents of this page are sourced from Wikipedia article.
The contents are available under the CC BY-SA 4.0 license.
Lists
Ajay Kumar Patnaik is in following lists
By work and/or country
comments so far.
Comments
Credits
References and sources
Ajay Kumar Patnaik