peoplepill id: abhiram-nanda
AN
India
1 views today
4 views this week
Abhiram Nanda
Indian flautist

Abhiram Nanda

The basics

Quick Facts

Intro
Indian flautist
Places
Work field
Gender
Male
Religion(s):
Place of birth
Jagatsinghpur, Jagatsinghpur district, Central division, India
Family
Siblings:
Spouse:
Sonali Mohapatra
The details (from wikipedia)

Biography

ଅଭିରାମ ନନ୍ଦ, ଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ବଂଶୀବାଦକ ଅଟନ୍ତି । ଉଭୟ ଶାସ୍ତ୍ରୀୟ ଓ ଆଧୁନିକ ସଙ୍ଗୀତରେ ସେ ବଂଶୀବାଦନ କରନ୍ତି । ୯୦ଦଶକରୁ ବଂଶୀବାଦନ ସହିତ ଜଡ଼ିତ, ଅଭିରାମ ୧୦୦୦ରୁ ଅଧିକ ଗୀତରେ ବଂଶୀବାଦନ କରିସାରିଛନ୍ତି । ସେ ଗୁରୁ ହରିପ୍ରସାଦ ଚୌରାଶିଆ ଓ ମୋହିନୀ ମୋହନ ପଟ୍ଟନାୟକଙ୍କଠାରୁ ବଂଶୀବାଦନ ଶିକ୍ଷା କରିଛନ୍ତି । ସେ ଭାରତର ବିଭିନ୍ନ ସ୍ଥାନ ଏବଂ ୫୩ଟି ବାହାର ଦେଶରେ ବଂଶୀବାଦନ କରି ସାରିଛନ୍ତି । ବହୁ ଦେଶୀ ଓ ବିଦେଶୀ ଛାତ୍ର ତାଙ୍କଠାରୁ ବଂଶୀବାଦନ ଶିକ୍ଷାଗ୍ରହଣ କରନ୍ତି । ବଂଶୀ ତିଆରି କରିବାରେ ମଧ୍ୟ ସେ ପାରଙ୍ଗମ । ଦେଶବିଦେଶର ବହୁ ବଂଶୀବାଦକ ତାଙ୍କଠାରୁ ବଂଶୀ କିଣିଥାନ୍ତି ।

ବଂଶୀବାଦକ ଭାବରେ

ନବେ ଦଶକ ଆରମ୍ଭରୁ ଅଭିରାମ ବଂଶୀବାଦନ ଆରମ୍ଭ କରିଥିଲେ । ୧୯୯୫ ମସିହାରେ ଗୋଆର ଅନୁଷ୍ଟିତ ଯୁବ ଉତ୍ସବରେ ସେ ବଂଶୀବାଦନ ପାଇଁ ଜାତୀୟ ଯୁବ ପୁରସ୍କାର ଲାଭ କରିଥିଲେ । ହରିପ୍ରସାଦ ଚୌରାଶିଆଙ୍କଠାରୁ ବଂଶୀ ଶିକ୍ଷା ପରେ ସେ ବହୁ ମଞ୍ଚ କାର୍ଯ୍ୟକ୍ରମରେ ଗୁରୁଙ୍କ ସହିତ ଏକାଠି ବଂଶୀବାଦନର ସୁଯୋଗ ପାଇଥିଲେ । ତାଙ୍କର ଯଶ ବଢିବା ସହ, ସେ ଦେଶବିଦେଶରେ ବଂଶୀବାଦନର ସୁଯୋଗ ପାଇଥିଲେ । ସେ ଜଣେ ବେତାର କଳାକାର ମଧ୍ୟ । ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟରେ ବଂଶୀ ଏକ ଗୁରୁତ୍ୱପୂର୍ଣ୍ଣ ବାଦ୍ୟଯନ୍ତ୍ର । ବହୁ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ସହ ଅଭିରାମ ପରିବେଷଣ କରନ୍ତି ।

ଜୀବନୀ

ଅଭିରାମ, ଜଗତସିଂହପୁର ଜିଲ୍ଲାର ତେରତଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଶୋକ କୁମାର ନନ୍ଦ ଓ ମାତାଙ୍କ ନାମ କାନ୍ତିଲତା । ତାଙ୍କ ପିତା ବୃତିରେ ଜଣେ ଇଞ୍ଜିନିୟର ଥିଲେ ମଧ୍ୟ, ବଂଶୀବାଦନ ଓ ଅଭିନୟ ପ୍ରତି ଆକୃଷ୍ଟ ଥିଲେ । ତାଙ୍କ ଭାଇ ପିଣ୍ଟୁ ନନ୍ଦ ଜଣେ ଅଭିନେତା ।

ପିଲାଦିନରୁ ସେ ବଂଶୀପ୍ରତି ଆକୃଷ୍ଟ ଥିଲେ ଓ ତାଙ୍କର ଏହି ପ୍ରବୃତ୍ତି ଦେଖି ପିତା ତାଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପଠାଇଥିଲେ । ସେଠାରେ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କଠାରୁ ସେ ବଂଶୀବାଦନ ଶିକ୍ଷା କରିଥିଲେ । ଅଧିକ ଶିଖିବା ପାଇଁ ସେ ମୁମ୍ବାଇ ଯାଇ ଗୁରୁ ହରିପ୍ରସାଦ ଚୌରାଶିଆଙ୍କ ପାଖରୁ ପାରମ୍ପାରିକ ଗୁରୁ-ଶିଷ୍ୟ ସଂସ୍କୃତି ମଧ୍ୟରେ ବଂଶୀ ଶିକ୍ଷା କରିଥିଲେ । ଅଭିରାମଙ୍କ ପତ୍ନୀ ସୋନାଲୀ ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅଟନ୍ତି ।

ସମ୍ମାନ ଓ ପୁରସ୍କାର

  • ସୁରମଣୀ - ସୁର ସିଂଗାର ସଂସଦ (ମୁମ୍ବାଇ)

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Abhiram Nanda is in following lists
comments so far.
Comments
From our partners
Sponsored
Credits
References and sources
Abhiram Nanda
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes