Viku Seth

Odia opera actor
The basics

Quick Facts

IntroOdia opera actor
A.K.A.Mahendra Das
A.K.A.Mahendra Das
PlacesIndia
isActor Film actor Stage actor
Work fieldFilm, TV, Stage & Radio
Gender
Male
Death12 September 2020Cuttack, Cuttack district, Central division, India
The details

Biography

ଭିକୁ ସେଠ୍ (ମୃତ୍ୟୁ: ୧୨ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ ଯାତ୍ରା କଳାକାର ଥିଲେ । ତାଙ୍କର ପ୍ରକୃତ ନାମ ହେଉଛି ମହେନ୍ଦ୍ର ଦାସ । ସେ ଏକ ଯାତ୍ରା ନାଟକ ଶାଗୁଣା ବସିଛି ଡେଣା ମେଲାଇର ତାଙ୍କ ଭୂମିକା ଭିକୁ ସେଠ୍ ପାଇଁ ଏହି ନାମରେ ଲୋକପ୍ରିୟତା ଅର୍ଜନ କରିଥିଲେ । ୨୦୨୦ ମସିହାରେ ଭିକୁ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ ।

ଅଭିନୟ ଜୀବନ

ଭିକୁ ସେଠ୍ ଓଡ଼ିଆ ଯାତ୍ରା ଜଗତର ଜଣେ ଜଣାଶୁଣା ଖଳାନାୟକ ଥିଲେ । ସେ ଓଡ଼ିଆ ଯାତ୍ରା ଜଗତ ସମେତ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ୧୯୯୬ ମସିହାରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଯଶୋଦାରେ ଭିକୁ ଖଳନାୟକ ଭାବରେ ଅଭିନୟ କରିଥିଲେ । ସେ ୩୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଅଭିନେତା ଭାବରେ କାର୍ଯ୍ୟ କରୁଥିଲେ ।

୧୯୮୪ ମସିହାରେ ଭିକୁ ସାତଶଙ୍ଖ ଅପେରାରେ ପ୍ରଥମେ ଅଭିନୟ କରିଥିବା ଆରମ୍ଭ କରିଥିଲେ । ଜନତା ଗଣନାଟ୍ୟର ନାଟକ ଶାଗୁଣା ବସିଛି ଡେଣା ମେଲାଇରେ ସେ ଭିକୁ ସେଠ୍ ଭୂମିକାରେ ଅଭିନୟ କରିଥିଲେ । ଏହି ନାଟକରେ ତାଙ୍କର ଲୋକପ୍ରିୟ ସଂଳାପ ଥିଲା, "ନାଁଟା ତା'ହେଲେ ମୀନା, ଭଲ ନାଚିଲ... ।" ତାଙ୍କର ଅନ୍ୟ ଏକ ଲୋକପ୍ରିୟ ସଂଳାପ ଥିଲା, "ଭଲକୁ ଭଲ କହିବା କ'ଣ ଖରାପ !" ଓ "ଖୁମ୍ପିଦେଲୁ, ଭଲ କଲୁ... ଧେତ୍ ।" ସେ ଧଉଳୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ ଆଦିରେ ସେ ଅଭିନୟ କରିଥିଲେ ।

କାମ କରିଥିବା ଗଣନାଟ୍ୟ

  • ସାତଶଙ୍ଖ ଅପେରା
  • ଧଉଳୀ ଗଣନାଟ୍ୟ
  • ପାର୍ବତୀ ଗଣନାଟ୍ୟ
  • ଗୌରୀ ଗଣନାଟ୍ୟ
  • କଳିଙ୍ଗ ଗଣନାଟ୍ୟ
  • ଜନତା ଗଣନାଟ୍ୟ

ଅଭିନୀତ କଥାଚିତ୍ର

  • ୧୯୯୬: ଯଶୋଦା

ମୃତ୍ୟୁ

ଭିକୁ ସେଠ୍ ୨୦୨୦ ମସିହାରେ ସେପ୍ଟେମ୍ବର ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ । ତାଙ୍କର ଛାତିରେ ଯନ୍ତ୍ରଣା ହେବାପରେ ତାଙ୍କୁ ଚୌଦ୍ୱାରରୁ କଟକ ନିଆଯାଉଥିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ପୁରୀ ଜିଲ୍ଲାସ୍ଥିତ ତାଙ୍କର ପୈତୃକ ଗ୍ରାମ ଚନ୍ଦନପୁରର କୁଶପଦାଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।

ଆଧାର

ବାହାର ଆଧାର

The contents of this page are sourced from Wikipedia article on 06 Dec 2024. The contents are available under the CC BY-SA 4.0 license.