V.P. Joglekar
Indian writer from Odisha
ଭି. ପି. ଜୋଗଲେକର ଜଣେ ଓଡ଼ିଆ ଲେଖକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପୁସ୍ତକ ରଚନା କରିବା ସହିତ କିଛି ପୁସ୍ତକ ଅନୁବାଦ କରିଛନ୍ତି । ସେ ଭି. ପି. କାଲେଙ୍କ ମରାଠୀ ଭାଷାରେ ରଚିତ କ୍ଷୁଦ୍ରଗଳ୍ପ ସଂକଳନ 'ଠୁମରୀ'କୁ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ତାଙ୍କୁ ୧୯୯୪ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ସେ ଠୁମରୀ ବ୍ୟତୀତ ସେ କଣ୍ଢେଇର ଖେଳ, ଛତ୍ରପତି ଶିବାଜୀ, ମନକଥା ଆଦି ପୁସ୍ତକର ଅନୁବାଦ କରିଥିଲେ । ସେ କଟକର ଚାଉଳିଆଗଞ୍ଜସ୍ଥିତ ଅପର୍ଣ୍ଣାନଗରର ବାସିନ୍ଦା ।