Toyaka Sangana

Indian politician from Odisha
The basics

Quick Facts

IntroIndian politician from Odisha
PlacesIndia
wasPolitician
Work fieldPolitics
Gender
Male
Birth1 May 1918
Death8 September 1980 (aged 62 years)
Star signTaurus
The details

Biography

ତୋୟକ ସଙ୍ଗଣା (୧ ମଇ ୧୯୧୮ - ୮ ସେପ୍ଟେମ୍ବର ୧୯୮୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋରାପୁଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୫୨ ଓ ୧୯୫୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ରାୟଗଡ଼ା-ଫୁଲବାଣୀ ଓ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ତୋୟକ ସଙ୍ଗଣା ୧୯୧୮ ମସିହାର ମଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତୋୟକ ମୋଖାଲିଙ୍ଗମ୍ ଓ ପତ୍ନୀଙ୍କ ନାମ ତୋୟକ ସୁଧା ।

ରାଜନୈତିକ ଜୀବନ

ତୋୟକ ସଙ୍ଗଣା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୩ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଲୋକ ସଭା ଓ ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୫୨୧୯୫୭ସଭ୍ୟ, ୧ମ ଲୋକ ସଭାରାୟଗଡ଼ା-ଫୁଲବାଣୀଭାରତୀୟ ଜାତୀୟ କଂଗ୍ରେସ
୧୯୫୭୧୯୬୨ସଭ୍ୟ, ୨ୟ ଲୋକ ସଭାକୋରାପୁଟଭାରତୀୟ ଜାତୀୟ କଂଗ୍ରେସ
୧୯୬୧୧୯୬୭ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭାକୋରାପୁଟଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ

ତୋୟକ ସାଙ୍ଗଣା ୧୯୮୦ ମସିହାର ସେପ୍ଟେମ୍ବର ୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article on 21 Dec 2023. The contents are available under the CC BY-SA 4.0 license.