Tadingi Jogi

Politician from Odisha, India
The basics

Quick Facts

IntroPolitician from Odisha, India
PlacesIndia
wasPolitician
Work fieldPolitics
Gender
Male
Birth1 May 1941
Death1976 (aged 34 years)
Star signTaurus
Politics:Indian National Congress (R)
The details

Biography

ତାଡ଼ିଙ୍ଗ ଯୋଗୀ (୧ ମଇ ୧୯୪୧ - ୨୪ ଫେବୃଆରୀ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନାରାୟଣପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ତାଡ଼ିଙ୍ଗ ଯୋଗୀ ୧୯୪୧ ମସିହାର ମଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତାଡ଼ିଙ୍ଗ ନୁକା ଓ ପତ୍ନୀଙ୍କ ନାମ ଶ୍ୟାମସୁନ୍ଦରୀ ତାଡ଼ିଙ୍ଗ ।

ରାଜନୈତିକ ଜୀବନ

ତାଡ଼ିଙ୍ଗ ଯୋଗୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ତାଡ଼ିଙ୍ଗ ଯୋଗୀ ୧୯୭୬ ମସିହାର ଫେବୃଆରୀ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୩୪ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article on 02 Feb 2024. The contents are available under the CC BY-SA 4.0 license.