Suryamani Baidya

Politician from Odisha, India
The basics

Quick Facts

IntroPolitician from Odisha, India
PlacesIndia
isPolitician
Work fieldPolitics
Gender
Female
Birth22 June 1988
Age36 years
Star signCancer
Politics:Biju Janata Dal
The details

Biography

ସୂର୍ଯ୍ୟମଣି ବୈଦ୍ୟ (ଜନ୍ମ: ୨୨ ଜୁନ ୧୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞା । ସୂର୍ଯ୍ୟମଣି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ସୂର୍ଯ୍ୟମଣି ବୈଦ୍ୟ ୧୯୮୮ ମସିହାର ଜୁନ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନିରଞ୍ଜନ ବୈଦ୍ୟ ଏବଂ ପତିଙ୍କ ନାମ ଦୈତାରୀ ବେହେରା । ସୂର୍ଯ୍ୟମଣିଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।

ରାଜନୈତିକ ଜୀବନ

ସୂର୍ଯ୍ୟମଣି ବୈଦ୍ୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୂର୍ଯ୍ୟମଣି ବୈଦ୍ୟ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଖଲ୍ଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୯ ମସିହାରୁ ଏବେଯାଏଁ କାର୍ଯ୍ୟ କରି ଆସୁଛନ୍ତି ।

ଆଧାର

The contents of this page are sourced from Wikipedia article on 01 Mar 2020. The contents are available under the CC BY-SA 4.0 license.