Surendra Nayak

Novelist from Odisha, India
The basics

Quick Facts

IntroNovelist from Odisha, India
PlacesIndia
isWriter Novelist
Work fieldLiterature
Gender
Male
Birth9 January 1930
Age95 years
Star signCapricorn
The details

Biography

ସୁରେନ୍ଦ୍ର ନାୟକ (ଜନ୍ମ: ୯ ଜାନୁଆରୀ ୧୯୩୦) ଜଣେ ଓଡ଼ିଆ ଔପନ୍ୟାସିକ, କବି, କଥାକାର, ନିବନ୍ଧକାର ଓ ସମ୍ଭକାର । ସେ ୨୦୦୫ ମସିହାରେ ତାଙ୍କ ରଚିତ ଉପନ୍ୟାସ ବିବର୍ଣ୍ଣ ପୃଥିବୀ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ନାନା ଅର୍ଥନୀତିକ ଓ ବୈଷୟିକ ନିବନ୍ଧକାର ଭାବରେ ଆଶୀର୍ବାଦ ପ୍ରକାଶନଦ୍ୱାରା ସେ ମାୟାଧର ମାନସିଂହ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ଚାକିରୀ

ସୁରେନ୍ଦ୍ର ନାୟକ ୧୯୩୦ ମସିହା ଜାନୁଆରୀ ମାସ ୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ତିଲିମାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୫୨ ମସିହାରେ ସେ ପଶ୍ଚିମବଙ୍ଗର ଯାଦବପୁର ଇଂଜିନିୟରିଂ କଲେଜରୁ ସ୍ନାତକ କରିଥିଲେ । ଏହାପରେ ସେ ପ୍ରଥମେ ଭାରତ ସରକାରଙ୍କ ଅଧିନରେ ଚାକିରୀ କରିଥିଲେ ଏବଂ ପରେ ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରିଥିଲେ । ୧୯୮୮ ମସିହାରେ ସେ ମୁଖ୍ୟଯନ୍ତ୍ରୀ ଭାବରେ ଚାକିରୀରୁ ଅବସର ନେଇଥିଲେ ।

ରଚନାବଳୀ

  • ପଦ୍ମ ନଦୀର ଦେଶ
  • ବିବର୍ଣ୍ଣ ପୃଥିବୀ - ୨୦୦୨ (ମହାବୀର ପ୍ରକାଶନୀ)
  • ଭାରତର ଅର୍ଥନୈତିକ ବିକାଶ - ୨୦୦୧ (ସୁବର୍ଣ୍ଣରେଖା)
  • ଆକାଶ, ପୃଥିବୀ ଓ ଆମେ - ୨୦୦୩ (ସାହିତ୍ୟ ସଂଗ୍ରହ ପ୍ରକାଶନ)
  • ମୌସୁମୀ - ୨୦୦୧ (ସୁବର୍ଣ୍ଣରେଖା)
  • ଅରଣ୍ୟ ସାମ୍ରାଜ୍ୟ - ୧୯୯୭ (ସୁଧା ପ୍ରକାଶନ)
  • କାହାଣୀ ଏକ ଅରଣ୍ୟର - ୨୦୦୬ (ସୁବର୍ଣ୍ଣରେଖା)
  • ମନ ଅରଣ୍ୟ - ୨୦୦୪ (ସୁବର୍ଣ୍ଣରେଖା)
  • ମନର ଆକାଶରେ - ୧୯୯୯ (ଓଡ଼ିଶା ଲେଖକ ସମବାୟ ସମିତି ଲିଃ.)
  • ନିର୍ଜନ ଦ୍ୱୀପ - ୨୦୦୮ (ସ୍ୱସ୍ତିକ)
  • ସାୟାହ୍ନର ଛାୟା - ୨୦୧୦ (କାହାଣୀ)
  • ଗତି ଓ ପ୍ରଗତି - ୨୦୦୬ (ମହାବୀର ପ୍ରକାଶନୀ)
  • ଭଏସ୍ ଅଫ୍ ଉଇଜ୍‌ଡମ୍ - ୨୦୦୩
  • ମାୟାନଗରୀ

ଆଧାର

The contents of this page are sourced from Wikipedia article on 06 Jan 2020. The contents are available under the CC BY-SA 4.0 license.