Sulochana Das

Odia writer
The basics

Quick Facts

IntroOdia writer
PlacesIndia
isWriter
Work fieldLiterature
Gender
Female
Birth1949
Age76 years
The details

Biography

ସୁଲୋଚନା ଦାସ (୨୫ ଜାନୁଆରୀ ୧୯୪୯) ଜଣେ ଓଡ଼ିଆ ପ୍ରାବନ୍ଧିକା, ଲେଖିକା ଓ ସମାଲୋଚିକା । ସେ ୨୦୦୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ରଚିତ ସମାଲୋଚନା ଭିତ୍ତିକ ପ୍ରବନ୍ଧ ଅବୁଝା ଅନ୍ଧାର ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।

ସାହିତ୍ୟକୃତି

ସୁଲୋଚନା ଶତରୂପା, ବିଚିତ୍ରବର୍ଣ୍ଣା, ମାଟିର ମହକ, ନୀଳାଭ କୁହଡ଼ିର ମାୟା, ନୀଳସ୍ୱର୍ଗ, ସକଳଘନ, ଅଶ୍ରୁର ଅଭିଷେକ, ଆହାତ ବସୁଧା, ଅନନ୍ତିକା, ଭଂଗୁର, ଲେଉଟାଣୀ, ମାଟିର ମହକ, ମୋହମୁକ୍ତି, ମୁହଁ ସଞ୍ଜର ଦେହ, ଟୋପାଏ କାକର, ତନ୍ମୟ ବିଭୂତି, ଲିପିପୁଷ୍ପା, ନକ୍ଷେତ୍ରର ଜନ୍ମ, ଓଡ଼ିଆ ସାହିତ୍ୟରେ ରାଜନୈତିକ ଚେତନା, ମାଟିର ଆକାଶ, ଅବୁଝା ଅନ୍ଧାର ଆଦି ପୁସ୍ତକ ରଚନା କରିଛନ୍ତି । ତନ୍ମଧ୍ୟରୁ ଅବୁଝା ଅନ୍ଧାର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଏଥିସହ ସେ ବିରାଜ ବୋହୂନା ଆଦି ପୁସ୍ତକର ଅନୁବାଦ କରିଥିଲେ ।

ରଚନାବଳୀ

  • ଅବୁଝା ଅନ୍ଧାର
  • ବିରାଜ ବୋହୂ (ଅନୁବାଦ)
  • ଶତରୂପା
  • ବିଚିତ୍ରବର୍ଣ୍ଣା
  • ମାଟିର ମହକ
  • ନୀଳାଭ କୁହଡ଼ିର ମାୟା
  • ନୀଳସ୍ୱର୍ଗ
  • ସକଳଘନ
  • ଅଶ୍ରୁର ଅଭିଷେକ
  • ଆହାତ ବସୁଧା
  • ଅନନ୍ତିକା
  • ଭଂଗୁର
  • ଲେଉଟାଣୀ
  • ମାଟିର ମହକ
  • ମୋହମୁକ୍ତି
  • ମୁହଁ ସଞ୍ଜର ଦେହ
  • ଟୋପାଏ କାକର
  • ତନ୍ମୟ ବିଭୂତି
  • ନା (ଅନୁବାଦ)
  • ଲିପିପୁଷ୍ପା
  • ନକ୍ଷେତ୍ରର ଜନ୍ମ
  • ଓଡ଼ିଆ ସାହିତ୍ୟରେ ରାଜନୈତିକ ଚେତନା
  • ମାଟିର ଆକାଶ

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୩ (ଅବୁଝା ଅନ୍ଧାର)
  • ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ, ୨୦୧୯

ଆଧାର

The contents of this page are sourced from Wikipedia article on 21 Feb 2020. The contents are available under the CC BY-SA 4.0 license.