ସୁଜିତ କୁମାର ପଣ୍ଡା, କେନ୍ଦ୍ର ସାହିତ୍ୟ ଏକାଡେମୀ 'ଯୁବ ପୁରସ୍କାର' ପ୍ରାପ୍ତ, ଜଣେ ଓଡ଼ିଆ ଲେଖକ । ସୁଜିତ, ୮ବର୍ଷ ବୟସରୁ ଲେଖାଲେଖି ଆରମ୍ଭ କରିଛନ୍ତି । ବାପାଙ୍କୁ କବିତା ଲେଖିବା ଦେଖି,ସେ ଲେଖାଲେଖି ପ୍ରତି ଆକର୍ଷିତ ହୋଇଥିଲେ । ବର୍ତ୍ତମାନ, ସୁଜିତ "ନ୍ୟାସନାଲ ରୁରାଲ ଲାଇଭଲିହୁଡ ମିସନ"ରେ ଜଣେ ମ୍ୟାନେଜର ଭାବରେ ସମ୍ବଲପୁରଠାରେ କାର୍ଯ୍ୟରତ ।
ରଚନାବଳୀ
- ହେନ୍ତାଳ - ୨୦୦୩
- ଫରୁଆ - ୨୦୦୭
- ମାନସାଙ୍କ - ୨୦୧୫
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡେମୀ 'ଯୁବ ପୁରସ୍କାର'(ମାନସାଙ୍କ ପୁସ୍ତକ ପାଇଁ) - ୨୦୧୫
- ରବି ପଟ୍ଟନାୟକ ସ୍ମୃତି ସମ୍ମାନ(ଭୁବନେଶ୍ୱର ପୁସ୍ତକମେଳା ତରଫରୁ) - ୨୦୦୮
- ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର(ହେନ୍ତାଳ ପୁସ୍ତକ ପାଇଁ) - ୨୦୦୪/୦୫
- ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର(ଫରୁଆ ପୁସ୍ତକ ପାଇଁ) - ୨୦୦୮
ଆଧାର