Biography
Lists
Also Viewed
Quick Facts
Intro | Odia producer, politician | |
Places | India | |
was | Film producer Television producer | |
Work field | Film, TV, Stage & Radio | |
Gender |
| |
Birth | 1956 | |
Death | 22 September 2018Cuttack, India (aged 62 years) |
Biography
ସୁବାସ ରାଉତ (୧୯୫୬ - ୨୦୧୮) ଜଣେ ଓଡ଼ିଆ କଥାଚିତ୍ର ପ୍ରଯୋଜକ ଏବଂ ରାଜନୀତିଜ୍ଞ ଥିଲେ । ସେ ୧୯୮୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିଲେ ଏବଂ ପରେ ସେ ନିଜେ ସ୍ୱାଧୀନ ଭାବରେ ତାଙ୍କର ପ୍ରଥମ କଥାଚିତ୍ର ଭାଗ୍ୟ ହାତେ ଡୋରି ନିର୍ମାଣ କରିଥିଲେ । ସେ ସମୁଦାୟ ୯ଟି କଥାଚିତ୍ର ପ୍ରଯୋଜନା କରିଥିଲେ ଏବଂ ତାଙ୍କ ପ୍ରଯୋଜିତ ଶେଷ ଚଳଚ୍ଚିତ୍ର ଥିଲା ସନ୍ତାନ, ଯାହାକି ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା । ସୁବାସଙ୍କର ପ୍ରଜୋଜନାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତୁଳସୀ ନିର୍ମିତ ହୋଇଥିଲା ।
ପ୍ରଯୋଜନା
ସୁବାସ ୧୯୮୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏକ ଯୌଥ ପ୍ରଯୋଜନାରେ ନିର୍ମିତ କଥାଚିତ୍ର ସୁନା ଚଢ଼େଇ ଜରିଆରେ ସେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କର ସ୍ୱାଧୀନ ପ୍ରଯୋଜନାରେ ପ୍ରଥମ କଥାଚିତ୍ର ଭାଗ୍ୟ ହାତେ ଡୋରି, ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ଜୀବନସାଥୀ, ସିଂହବାହିନୀ, ରାମ ଲକ୍ଷ୍ମଣ ଆଦି କଥାଚିତ୍ରର ପ୍ରଯୋଜନ କରିଥିଲେ । ତାଙ୍କ ପ୍ରଯୋଜିତ ଶେଷ ଓଡ଼ିଆ କଥାଚିତ୍ର ଥିଲା ସନ୍ତାନ, ଯାହାକି ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା ।
ସୁବାସ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ସହିତ ଓଡ଼ିଆ ଦୂରଦର୍ଶନ ଜଗତରେ ମଧ୍ୟ କିଛି ଧାରାବାହିକରେ କାମ କରିଥିଲେ । ତାଙ୍କ ପ୍ରଯୋଜନାରେ ନିର୍ମିତ ଥିଲା ଇ ଟିଭି ଓଡ଼ିଆର ଲୋକପ୍ରିୟ ଧାରାବାହିକ ତୁଳସୀ ଏବଂ ବିଧାତାର ଖେଳ ।
ରାଜନୀତି
ସୁବାସ ଓଡ଼ିଶାର ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ ।
ମୃତ୍ୟୁ
୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ କଟକର ଛତ୍ରବଜାରସ୍ଥିତ ସୁବାସଙ୍କ ବାସ ଭବନରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ଏବଂ ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା କାରଣରୁ ମୃତ୍ୟୁବରଣ କରିଥିଲେ ।
ପ୍ରଯୋଜିତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ମନ୍ତବ୍ୟ |
---|---|---|---|
୧୯୮୮ | ସୁନା ଚଢ଼େଇ | ରବି କିନାଗୀ | ଯୌଥ ପ୍ରଯୋଜନା |
୧୯୯୩ | ଭାଗ୍ୟ ହାତେ ଡୋରି | ହର ପଟ୍ଟନାୟକ | ପ୍ରଥମ ସ୍ୱାଧୀନ ପ୍ରଯୋଜନା |
୧୯୯୫ | ସୁନା ପଞ୍ଜୁରୀ | ରବି କିନାଗୀ | |
୧୯୯୬ | ଲକ୍ଷ୍ମଣ ରେଖା | ମହମ୍ମଦ ମହସୀନ | |
୧୯୯୭ | ଜୀବନସାଥୀ | ଜ୍ୟୋତି ପ୍ରକାଶ | |
ରାମ ଲକ୍ଷ୍ମଣ | ସଂଗ୍ରାମ ବିଶ୍ୱାଳ | ||
୧୯୯୮ | ସିଂହବାହିନୀ | ରାଜୁ ମିଶ୍ର | |
ସନ୍ତାନ | ମହମ୍ମଦ ମହସୀନ | ପ୍ରଯୋଜିତ ଶେଷ କଥାଚିତ୍ର |
ପ୍ରଯୋଜିତ ଦୂରଦର୍ଶନ ଧାରାବାହିକ
- ବିଧାତାର ଖେଳ
- ତୁଳସୀ (ଇ ଟିଭି ଓଡ଼ିଆ)
ଆଧାର
ବାହାର ଆଧାର
- ସୁବାସ ରାଉତ (ଇଣ୍ଟରନେଟ ମୁଭି ଡାଟାବେସରେ)