Shanti Devi

Indian social worker
The basics

Quick Facts

IntroIndian social worker
PlacesIndia
isSocial worker Worker
Gender
Female
Birth18 April 1934
Age90 years
Star signAries
The details

Biography

ଶାନ୍ତି ଦେବୀ ହେଉଛନ୍ତି ଜମୁନାଲାଲ ପୁରସ୍କାର ବିଜେତା ତଥା ଜଣେ ଗାନ୍ଧିବାଦୀ ସମାଜସେବୀ ଏବଂ ସେବା ସମାଜ, ଗୁଣପୁରର ପ୍ରତିଷ୍ଠାତା ।

ପ୍ରାଥମିକ ଜୀବନ

ପିଲାଟି ଦିନରୁ ଗାନ୍ଧିଜୀ ଏବଂ ବିନୋବାଙ୍କ ଆଦର୍ଶରେ ଅନୁପ୍ରାଣିତ ଶାନ୍ତି ଦେବୀ ଇଣ୍ଟରମିଡିଏଟ ପାସ କଲାପରେ କଲେଜ ଛାଡି ସମାଜ ସେବା ନିମିତ୍ତ ସ୍ଵାମୀ ଡଃ ରତନ ଦାସଙ୍କ ସହ କୋରାପୁଟ ଜିଲ୍ଲାକୁ ଚାଲିଆସିଲେ । ୧୯୫୩ ମସିହାରେ ତତ୍କାଳୀନ କୋରାପୁଟ ଜିଲ୍ଲାର ସଂଖଳାପଦର ଗ୍ରାମରେ ଏକ ଆଶ୍ରମ ସ୍ଥାପନ କରି ଗ୍ରାମର ଦୁଃସ୍ଥ ତଥା ଅଶିକ୍ଷିତ ଆଦିବାସୀଙ୍କ ସେବା କରି ନିଜର ସମାଜ ସେବା ଆରମ୍ଭ କରିଥିଲେ ।

ସମାଜସେବା

ସଂଖଳାପଦର ଗ୍ରାମରେ ଶାନ୍ତିଦେବୀଙ୍କ ପ୍ରୟାସରେ ଆଦିବାସୀଙ୍କ ଜୀବନ ଧାରାରେ ବେଶ୍ ପରିବର୍ତ୍ତନ ପରିଲକ୍ଷିତ ହେବାର ଦେଖି ସେ ୧୯୬୪ ମସିହାରେ ରାୟଗଡାଠାରେ ମାତ୍ର ଆଠ ଜଣ ଆଦିବାସୀ ଝିଅଙ୍କୁ ନେଇ ସେବା ସମାଜ ନାମକ ଏକ ସେମାଜସେବୀ ଅନୁଷ୍ଠାନ ପ୍ରତିଷ୍ଠା କଲେ । ତାଙ୍କରି ତତ୍ତ୍ଵବଧାନରେ ପରିଚାଳିତ ଏହି ଅନୁଷ୍ଠାନରେ ଅନ୍ତେଃବାସୀଙ୍କ ସଂଖ୍ୟା ଇତି ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି । ୧୯୭୫ ମସିହାରେ ୨୫ଜଣ ଆଦିବାସୀ ପିଲାଙ୍କୁ ନେଇ ସେ ପୁଣି ଆଉ ଏକ ଆଶ୍ରମ ଗୁଣପୂର ଠାରେ ପ୍ରତିଷ୍ଠା କଲେ । ପୁଣି ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟା ପରେ ବ୍ନ୍ୟା ପ୍ରପୀଡିତ ଆଦିବାସୀ ପିଲାଙ୍କ ସେବା ନିମିତ୍ତ ଜବରଗୁଡା ଠାରେ ଅନ୍ୟ ଏକ ଆଶ୍ରମ ମଧ୍ୟ ପ୍ରତିଷ୍ଠା ହେଲା ।

ସେ ୧୯୯୩ ଫେବୃଆରୀରେ ଗୁଣପୁର ନିକଟସ୍ଥ ଲିମାମେଡାଠାରେ ଆଦିବାସୀ ଝିଅଙ୍କ ନିମନ୍ତେ ଏକ ଅନାଥାଶ୍ରମ ପ୍ରତିଷ୍ଠା କଲେ । ଅନାଥାଶ୍ରମରେ ଶିଶୁ କନ୍ୟାଙ୍କ ସାମଗ୍ରିକ ବିକାଶ ଏବ ଛତିଶଗଡ ଏବଂ ଓଡ଼ିଶାର ମାଓବାଦୀ ଅଂଚଳରେ ଶାନ୍ତି ପାଇଁ ତାଙ୍କର ମହତ୍ତ୍ଵପୂର୍ଣ୍ଣ ମହତ ଅବଦାନ ରହିଛି ।

ସମ୍ମାନ ଓ ପୁରସ୍କାର

  • ଅନାଥାଶ୍ରମରେ ଶିଶୁଙ୍କ ବିକାଶ ନିମନ୍ତେ ଅବଦାନ ପାଇଁ National Award for Child Welfare-ଫେବୃଆରୀ, ୧୯୯୧
  • ନାରୀଜାତି ତଥା ଅନାଥଶିଶୁଙ୍କ ଉତ୍‌ଥାନ ନିମନ୍ତେ ସମାଜ ସେବା କ୍ଷେତ୍ରରେ ତାଙ୍କର ଅବଦାନ ନିମିତ୍ତ ଜମୁନାଲାଲ ବଜାଜ ସମ୍ମାନ-୧୯୯୪
  • ମା’ ଘର ଫାଉଣ୍ଡେସନ ତରଫରୁ ପିସ ମେକର ଆଵର୍ଡ-୨୦୧୪

    ଆଧାର

    Persondata
    NameDevi, Shanti
    Alternative namesShanti Das
    Short description
    Date of birth18th Apr 1934
    Place of birthOdisha
    Date of death
    Place of death
    The contents of this page are sourced from Wikipedia article. The contents are available under the CC BY-SA 4.0 license.