Sekhar Chandra Sahu

Indian chess player
The basics

Quick Facts

IntroIndian chess player
A.K.A.Shekhar Chandra Sahu
A.K.A.Shekhar Chandra Sahu
PlacesIndia
isChess player
Work fieldSports
Gender
Male
Birth23 October 1955, Berhampur
Age69 years
The details

Biography

ଶେଖର ଚନ୍ଦ୍ର ସାହୁ ହେଉଛନ୍ତି ଏକାଧାରରେ ଜଣେ ଚେସ ଖେଳାଳୀ, କୋଚ, ଟ୍ରେନର, ସଂଗଠକ ଓ ଚେସ ଖେଳାଳୀଙ୍କ ପଥ ପ୍ରଦର୍ଶକ । ଶେଖର ଚନ୍ଦ୍ର ସାହୁ ହେଉଛନ୍ତି ଓଡ଼ିଶା ଚେସର ପ୍ରଥମ ଆନ୍ତର୍ଜାତିକ ମାଷ୍ଟର । ଫିଡେ ସିନିୟର ଟ୍ରେନର ଟାଇଟଲ ହାସଲ କରିବାରେ ସେ ପ୍ରଥମ ଭାରତୀୟ । ଭାରତର ପେସାଦାର କୋଚ ଭାବେ ସେ ୨୦ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ । ତାଙ୍କ କୋଚିଂରେ ଦେବାଶିଷ ଦାସ, ଅନ୍ଵେଷ ଉପାଧ୍ୟାୟ, ସ୍ଵୟମ୍ସ ମିଶ୍ର, କିରଣ ମନିଷା ମହାନ୍ତି ଓ ପଦ୍ମିନୀ ରାଉତ ଏକ ଏକ ଭିନ୍ନ ସୋପାନରେ ପହଞ୍ଚିବାରେ ସକ୍ଷମ ହେଇଛନ୍ତି । ସମ୍ପ୍ରତି ସେ ସର୍ବଭାରତୀୟ ଚେସ ଫେଡେରେଶନର ଉପସଭାପତି ଭାବେ କାର୍ଯ୍ୟରତ । ୨୦୧୧ରେ ଗଠିତ ଅଲ ଓଡ଼ିଶା ଚେସ୍ ଆସୋସିଏଶନର ପ୍ରଥମ ସଭାପତି ।

କୃତିତ୍ତ୍ଵ

  • ୧୯୭୪ରେ ଜୁନିଅର ରାଜ୍ୟ ଚେସ ଚାମ୍ପିୟନଶିପରେ ଚାମ୍ପିୟନ ହେବା ହିଁ ତାଙ୍କ କ୍ୟାରିଅରକୁ ଆଗେଇନେଇଥିଲା ı
  • ୧୯୮୧ ଓ ୧୯୮୬ରେ ଯଥାକ୍ରମେ କାନପୁର ଓ ଆଇଜଲଠାରେ ଅନୁଷ୍ଠିତ ନ୍ୟାସନାଲ "ବି" ଚାମ୍ପିୟନଶିପରେ ସେ ରନର୍ସଅପ ı
  • ୧୯୮୭ରେ କର୍ଣ୍ଣାଟକର ଟୁନକୁରଠାରେ ଅନୁଷ୍ଠିତ ନ୍ୟାସନାଲ "ଏ" ଚାମ୍ପିୟନଶିପରେ ରନରଅପ ହେଇଥିଲେ ଏହି ପ୍ରତିଯୋଗିତାରେ ସେ ବର୍ତ୍ତମାନର ବିଶ୍ଵ ଚାମ୍ପିୟନବିଶ୍ଵନାଥନ ଆନନ୍ଦଙ୍କ ସହ ଖେଳିବାର ସୌଭାଗ୍ୟ ପାଇଥିଲେ ı
  • ୧୯୯୦ରେ ପଣ୍ଡିଚେରୀରେ ଅନୁଷ୍ଠିତ ନ୍ୟାସନାଲ "ବି" ଚାମ୍ପିୟନଶିପରେ ଚାମ୍ପିୟନ ହେବା ଥିଲା ତାଙ୍କ କ୍ୟାରିଅରର ଏକ ସ୍ଵର୍ଣ୍ଣିମ ସଫଳତା ı
  • ୧୯୯୨ରେ ଓଡ଼ିଶାର ପ୍ରଥମ ଚେସ ଖେଳାଳୀ ଭାବେ ଆନ୍ତର୍ଜାତିକ ମାଷ୍ଟର ଉପାଧି ପାଇଲେ ı
  • ୨୦୧୦ରେ ପ୍ରଥମ ଭାରତୀୟ ଭାବେ ଫିଡେ ସିନିୟର ଟ୍ରେନର ଟାଇଟଲ ଅର୍ଜନ କଲେ ı
  • ୨୦୧୧ ଏପ୍ରିଲରେ ହଙ୍ଗେରୀର କେଚମେଟଠାରେ ଆୟୋଜିତ ଚେସ ଇଭେଣ୍ଟରେ ଚାମ୍ପିୟନ ı

    ଆଧାର

    The contents of this page are sourced from Wikipedia article. The contents are available under the CC BY-SA 4.0 license.