Sarada Rath
Translator from Odisha, India
Intro | Translator from Odisha, India | ||
Places | India | ||
is | Translator Writer | ||
Work field | Literature | ||
Gender |
| ||
Birth | 25 May 1941 | ||
Age | 83 years | ||
Star sign | Gemini | ||
Awards |
|
ଶାରଦା ରଥ (ଜନ୍ମ: ୨୫ ମଇ ୧୯୪୧) ଜଣେ ଓଡ଼ିଆ ସାହିତ୍ୟିକା ଓ ଅନୁବାଦିକା । ୨୦୧୬ ମସିହାରେ ଅନୁବାଦ ପୁସ୍ତକ, ମେଘବାହାନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।
ଶରଦା ହିନ୍ଦୀ ଲେଖକ ନିର୍ମଳ କୁମାରଙ୍କର ପୁସ୍ତକ ମେଘବାହନକୁ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ୨୦୧୬ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଏହି ପୁସ୍ତକଟି କଳିଙ୍ଗର ମହାରାଜା ଖାରବେଳଙ୍କ ଉପରେ ପର୍ଯ୍ୟବେଷିତ । ଏହା ବ୍ୟତୀତ ସେ ପ୍ରେମଚାନ୍ଦଙ୍କ ନିର୍ମଳା ଓ ପ୍ରତିଜ୍ଞା ପୁସ୍ତକର ଅନୁବାଦ କରିଛନ୍ତି । ଅମୃତା ପ୍ରୀତମଙ୍କ କୋରା କାଗଜ ବହିକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି । ଦିଲ୍ଲୀ ଏମ୍ସ୍ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଅଶୋକ ମହାପାତ୍ରଙ୍କ ହେଡ୍ ଇଞ୍ଜୁରି ଓ ବ୍ରେନ୍ କ୍ୟାନ୍ସର୍ ବହିକୁ ସେ ଓଡ଼ିଆରେ ଅନୁବାଦ କରିବା ସହିତ ଗୋଆର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିବା ମୃଦୁଳା ସିହ୍ନାଙ୍କର ପରିତପ୍ତ ଲଙ୍କେଶ୍ୱରୀ ବହିର ମଧ୍ୟ ଅନୁବାଦ କରିଛନ୍ତି ।