Santi Mohapatra

Indian Novelist
The basics

Quick Facts

IntroIndian Novelist
A.K.A.Santi Mohapatra (Bal)
A.K.A.Santi Mohapatra (Bal)
PlacesIndia
isWriter Novelist
Work fieldLiterature
Gender
Female
Death16 November 2016
Family
Spouse:Gangadhar Bal
The details

Biography

ଡଃ ଶାନ୍ତି ମହାପାତ୍ର (ବଳ) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଓଡ଼ିଆ ଔପନ୍ୟାସିକା । ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ଲେଖିଛନ୍ତି । ତାଙ୍କ ସାହିତ୍ୟ କୃତିରେ ଭ୍ରମଣ ସାହିତ୍ୟ, ଇତିହାସ ଗବେଷଣା ସନ୍ଦର୍ଭ, ଉପନ୍ୟାସ ପ୍ରଭୃତି ଅନେକ ଶ୍ରେଣୀ ରହିଛି ।

ତାଙ୍କ ଲିଖିତ ମୁଁ କୈକେୟୀ କହୁଛି ପାଇଁ ତାଙ୍କୁ ୨୦୦୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ପୁସ୍ତକର ହିନ୍ଦୀରେ ଅନୁବାଦ ମଧ୍ୟ ରହିଛି ଯାହାର ନାମ – “ମେ କୈକେୟୀ ବୋଲ୍ ରହି ହୁଁ” । ତାଙ୍କ ରଚିତ ଓମର ଗୀତିକା, ଓମର ଖାଁଙ୍କ ଗୀତିର ଓଡ଼ିଆ ଅନୁବାଦ ।

କର୍ମ ଜୀବନ

ସେ ନିଜର “Vaishnavite trend in oriya literature” ଗବେଷଣା ସନ୍ଦର୍ଭ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ପିଏଚ୍‍ଡି ବା ଡକ୍ଟରେଟ୍ ଉପାଧି ଲାଭ କରିଥିଲେ । ସାହିତ୍ୟ ରଚନା ବ୍ୟତୀତ ସେ ଜଣେ ଇତିହାସ ପ୍ରାଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ । ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରିବା ପରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ୧୯୯୯ ମସିହାରେ ଅବସର ଗ୍ରହଣ କରିଥିଲେ ।

ପୁରସ୍କାର ଓ ସମ୍ମାନ

ତାଙ୍କ ଲିଖିତ ମୁଁ କୈକେୟୀ କହୁଛି ପାଇଁ ତାଙ୍କୁ ୨୦୦୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ତାଙ୍କ ଲେଖା ଉପନ୍ୟାସ ବର୍ଗରେ ପୁରସ୍କୃତ ହୋଇଥିଲା । ସେ କବିତା ପାଇଁ ମାତୃଭୂମି, ସହକାରର ମକର ମିଳନୋତ୍ସବରେ ଗଳ୍ପ ପାଇଁ ଜୀବନ ରଙ୍ଗ, ଓଡ଼ିଆ ପତ୍ରିକା “ସୁଚରିତା”ର ବାର୍ଷିକୋତ୍ସବରେ ସେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।

ରଚନାବଳୀ

ପୁସ୍ତକପ୍ରକାଶନ ବର୍ଷପ୍ରକାଶକ
ମୁଁ କୈକେୟୀ କହୁଛି୨୦୦୦ଆର୍ଯ୍ୟ ପ୍ରକାଶନ, କଟକ
ମିଜାଜ୍ ଓ ଅନ୍ୟାନ୍ୟ ଗଳ୍ପଆର୍ଯ୍ୟ ପ୍ରକାଶନ, କଟକ
ଓମର ଚଉତିଶାଗ୍ରନ୍ଥ ମନ୍ଦିର
ଶକ୍ତି ରୂପେଣ ସଂସ୍ଥିତାଆର୍ଯ୍ୟ ପ୍ରକାଶନ, କଟକ
ସ୍ମୃତି ଅନୁଭୂତିରେ ଆମେରିକାବିଜୟିନୀ ପବ୍ଲିକେଶନ୍
Vaishnavism in Orissa (ଓଡ଼ିଶାରେ ବୈଷ୍ଣବବାଦ)ପୁଣ୍ଠି ପୁସ୍ତକ, କୋଲକାତା

ଆଧାର

The contents of this page are sourced from Wikipedia article on 01 Jan 2020. The contents are available under the CC BY-SA 4.0 license.