Samal Majhi

Indian politician
The basics

Quick Facts

IntroIndian politician
A.K.A.Samai Majhi
A.K.A.Samai Majhi
PlacesIndia
wasPolitician
Work fieldPolitics
Gender
Male
Birth24 October 1927
Death21 November 2017 (aged 90 years)
Star signScorpio
The details

Biography

ସମଲ ମାଝି (୨୪ ଅକ୍ଟୋବର ୧୯୨୭ - ୨୧ ନଭେମ୍ବର ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସମଲ ୨ୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପରିବାର

ସମଲ ମାଝି ୧୯୨୭ ମସିହାର ଅକ୍ଟୋବର ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସମେଇ କିସ୍କୁ ଏବଂ ତାଙ୍କ ପତ୍ନୀଙ୍କ ନାମ ପ୍ରଭାବତି କିସ୍କୁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲ ମାଟ୍ରିକ୍ ।

ରାଜନୈତିକ ଜୀବନ

ସମଲ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମଲ ମାଝି ସ୍ୱାଧୀନର ପ୍ରାର୍ଥୀ ଭାବରେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ହରିହର ମହାନ୍ତି‌ଙ୍କ ସହ ଯୁଗ୍ମ ଭାବରେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ସମଲ ୨୦୧୭ ମସିହାର ନଭେମ୍ବର ମାସ ୨୧ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article on 28 Feb 2020. The contents are available under the CC BY-SA 4.0 license.