Biography
Lists
Also Viewed
Quick Facts
Intro | Odia playwright | ||
Places | India | ||
is | Actor Film director Writer | ||
Work field | Film, TV, Stage & Radio Literature | ||
Gender |
| ||
Birth | 1936 | ||
Age | 89 years | ||
Family |
| ||
Awards |
|
Biography
ସଚ୍ଚି ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା । ସଚ୍ଚି ଦାସ ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା । ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ସହିତ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ୪୦୦ରୁ ଅଧିକ ଯାତ୍ରା ଓ ନାଟକ ସେ ନିଜେ ରଚନା କରିଛନ୍ତି ।
ପିତା ଭଗିରଥ ଦାସ ଓ ମାତା ପ୍ରିୟମ୍ବଦା ଦେବୀଙ୍କ ସନ୍ତାନ ସଚ୍ଚି, ୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀଠାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ । ମାତା ପ୍ରିୟମ୍ବଦା ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସଚ୍ଚିଙ୍କର ଅଭିନୟ ଗାଁ ମଞ୍ଚରୁ ଆରମ୍ଭ ହୋଇଥିଲା । ନାଟକର ନାଁ ଥିଲା "ଟିପଚିହ୍ନ" । ଛାତ୍ରାବସ୍ଥାରେ ସେ ଗୁରୁ "ଶ୍ୟାମସୁନ୍ଦର ଧୀର"ଙ୍କଠାରୁ ଶାସ୍ତ୍ରୀୟ ଗାୟନ ଓ ତବଲା ବାଦନ ଶିକ୍ଷା କରିଥିଲେ । ୧୯୫୮ ମସିହାରେ ସେ "ଜନତା ରଙ୍ଗମଞ୍ଚ" ସହିତ ଜଡିତ ହୋଇଥିଲେ । "ଏବଂ ଆମେ" ନାମକୁ ନାଟ୍ୟ ଅନୁଷ୍ଠାନ ଗଠନ କରି, ସଚ୍ଚି ବହୁ ମଞ୍ଚନାଟକ ପ୍ରସ୍ତୁତ କରିଛନ୍ତି ।
ସମ୍ମାନ ଓ ପୁରସ୍କାର
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୧୮
- ସମ୍ମାନସୂଚକ ଡକ୍ଟରେଟ - ୨୦୧୮ (ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)
- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୧୫
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୦-୨୦୦୧
- ଶତାବ୍ଦୀର କଳାକାର ସମ୍ମାନ - ୨୦୧୦
- ବାଣୀଚିତ୍ର ସମ୍ମାନ - ୨୦୧୪
- ଅଜିତ ନାଟ୍ୟ ସମ୍ମାନ, ୨୦୧୭
ଆଧାର
- ↑ "ଅଶୀ ବର୍ଷ ବୟସରେ ବି ଯଲିଉଡରେ ସକ୍ରିୟ 'ଶାଗୁଣା ବସିଛି ଡେଣା ମେଲାଇ'ର ନିର୍ଦ୍ଦେଶକ ସଚ୍ଚି ଦାସ". OdishaLIVE. Retrieved 31 August 2018.
- ↑ http://www.prameyanews7.com/en/mar2016/odisha/17304/Upendra-Bhanj-Puraskhar-has-lessened-my-age-Sachi-Das-Upendra-Bhanj-PuraskharOdisha-Odisha.htm
- ↑ "ମଞ୍ଚର ମହାନାୟକ". ପ୍ରମେୟ ରବିବାର ୨୪-୩୦ଅପ୍ରେଲ ୨୦୧୬ ପୃଷ୍ଠା ୭. Retrieved 25 April 2016.
- ↑ http://odishasuntimes.com/2016/04/12/rakhal-mohanty-suchi-das-conferred-upendra-bhanja-samman/
- ↑ "Kelucharan awardees announced". The Telegraph. Retrieved 31 August 2018.
- ↑ "ଡ଼. ସଚୀ ଦାସ ଓ ଓଡ଼ିଶୀ ନୃତ୍ୟଗୁରୁ ଲିଙ୍ଗରାଜ ବେହେରାଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କଲେ ହେମାମାଲିନୀ". Sambad (in Odia). ଓଡ଼ିଶା. 9 September 2018. Archived from the original on 10 September 2018. Retrieved 10 September 2018.CS1 maint: unrecognized language (link)
- ↑ https://www.telegraphindia.com/states/odisha/space-crunch-hits-varsity-212052
- ↑ http://www.newindianexpress.com/states/odisha/Upendra-Bhanja-Award-for-Rakhal-And-Sachi/2016/03/10/article3319493.ece
- ↑ http://odisha.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ http://www.thehindu.com/todays-paper/tp-national/tp-otherstates/national-multilingual-drama-festival-from-today/article715129.ece
- ↑ http://www.telegraphindia.com/1140531/jsp/odisha/story_18462227.jsp#.Vx4DDDEwDSg
- ↑ "ସଚ୍ଚି ଦାସଙ୍କୁ 'ଅଜିତ୍ ନାଟ୍ୟ' ସମ୍ମାନ". ସର୍ବସାଧାରଣ. Retrieved 30 March 2017.