Ratnamali Jema

India politician
The basics

Quick Facts

IntroIndia politician
PlacesIndia
wasPolitician
Work fieldPolitics
Gender
Female
Birth21 September 1920
Death29 January 2014 (aged 93 years)
Star signVirgo
Politics:Indian National Congress
Family
Spouse:Narayan Birabar Samanta
Children:Pratijna Devi
Relatives:Manoj Das
The details

Biography

ରତ୍ନମାଳୀ ଜେମା (୨୧ ସେପ୍ଟେମ୍ବର ୧୯୨୦ - ୨୯ ଜାନୁଆରୀ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ରତ୍ନମାଳୀ ଜେମା ୧୯୨୦ ମସିହାର ସେପ୍ଟେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗଦୀଶ ଚନ୍ଦ୍ର ନରେନ୍ଦ୍ର ବାହାଦୁର ଓ ପତିଙ୍କ ନାମ ନାରାୟଣ ବୀରବର ସାମନ୍ତ । ତାଙ୍କ ପତି ନାରାୟଣ ସାମନ୍ତ ଜଣେ ରାଜନେତା ଥିଲେ ଏବଂ ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ

ରତ୍ନମାଳୀ ଜେମା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।

୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୦୬୬୫ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଲୋକନାଥ ଚୌଧୁରୀଙ୍କୁ ୩୭୦୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସମୁଦାୟ ୧୦ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ଏବଂ ନବକୁମାରୀଙ୍କ ସମେତ ସମୁଦାୟ ଚାରି ଜଣ ହିଁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ

ରତ୍ନମାଳୀ ଜେମା ୨୦୧୪ ମସିହାର ଜାନୁଆରୀ ୨୯ ତାରିଖରେ ୯୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article on 10 Nov 2023. The contents are available under the CC BY-SA 4.0 license.