Biography
Lists
Also Viewed
Quick Facts
Intro | Politician from Odisha, India | |
Places | India | |
was | Politician | |
Work field | Politics | |
Gender |
| |
Birth | 1 February 1922 | |
Death | 20 October 2001 (aged 79 years) | |
Star sign | Aquarius | |
Politics: | Janata Party |
Biography
ରତ୍ନାକର ମହାନ୍ତି (୧ ଫେବୃଆରୀ ୧୯୨୨ - ୨୦ ଅକ୍ଟୋବର ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବରେ ସେ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ
ରତ୍ନାକର ମହାନ୍ତି ୧୯୨୨ ମସିହାର ଫେବୃଆରୀ ମାସ ୧ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।
ରାଜନୈତିକ ଜୀବନ
ରତ୍ନାକର ମହାନ୍ତି ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୮,୬୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ୧୯୮୦ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୦୦୭ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।
ମୃତ୍ୟୁ
ରତ୍ନାକର ୨୦୦୧ ମସିହାର ଅକ୍ଟୋବର ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ୩ ଡିସେମ୍ବର ୨୦୦୧ରେ ତାଙ୍କୁ ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।