Biography
Lists
Also Viewed
Quick Facts
Intro | Odia poet | |
Places | India | |
is | Poet | |
Work field | Literature | |
Gender |
|
Biography
ରଞ୍ଜିତା ନାୟକ ଜଣେ ଓଡ଼ିଆ କବୟତ୍ରୀ । ସେ ଓଡ଼ିଆ ଭାଷାରେ ଅନେକ କବିତାମାନ ରଚନା କରିଛନ୍ତି । ତାଙ୍କୁ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।
ସାହିତ୍ୟ କୃତି
ରଞ୍ଜିତା ନାୟକଙ୍କ ରଚିତ ପୁସ୍ତକ ୨୦୦୦ ମସିହାରେ ସମୟରେ ସମୟକୁ ପ୍ରକାଶ ପାଇଥିଲା । ୧୯୯୭ ମସିହାରେ ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପ୍ରକାଶ ପାଇଥିଲା, ଯାହା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୨୦୧୪, ୨୦୦୩, ୨୦୧୦ ମସିହାରେ ତାଙ୍କ ରଚିତ ପୁସ୍ତକ ଯାଥାକ୍ରମେ ସମୀଲକ୍ଷାୟନ, ପତ୍ରଝରା ଋତୁ, ଯେ ଗୀତ ଗାଏ ପକ୍ଷୀ ପ୍ରକାଶ ପାଇଥିଲା ।
ରଞ୍ଜିତା ନାୟକ କିଛି ସମବେତ ରଚନାବଳୀରେ ମଧ୍ୟ ଲେଖକ ଥିଲେ । ସାରଳା ସାହିତ୍ୟଦ୍ୱାରା ସଂକଳିତ ଓ ପଠାଣି ପଟ୍ଟନାୟକଙ୍କର ସମ୍ପାଦନାରେ ପ୍ରକାଶ ପାଇଥିଲା ପୁସ୍ତକ ମହାପାତ୍ର ନୀଳମଣି ସାହୁ: ସୃଷ୍ଟି ମାନସ, ଯେଉଁଥିରେ ରଞ୍ଜିନା ନାୟକ ଜଣେ ଲେଖିକା ଥିଲେ । ସେହିଭଳି ହେମନ୍ତ କୁମାର ଦାସ, ରଞ୍ଜିତା ନାୟକ ଏବଂ ପ୍ରସନ୍ନ କୁମାର ସ୍ୱାଇଁଙ୍କ ରଚିତ ଏବଂ ସମ୍ପାଦିତ ଏକ ପୁସ୍ତକ ସାମ୍ପ୍ରତିକ କବି ଓ କବିତା ପ୍ରକାଶ ପାଇଥିଲା । ସାରଳା ସାହିତ୍ୟଦ୍ୱାରା ସଂକଳିତ ଅନ୍ୟ ଏକ ପୁସ୍ତକ କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟର ରଚନା ଏବଂ ସମ୍ପାଦନ ହେମନ୍ତ କୁମାର ଦାସ, ରଞ୍ଜିତା ନାୟକ, ଏବଂ ପ୍ରସନ୍ନ କୁମାର ସ୍ୱାଇଁଙ୍କଦ୍ୱାରା କରାଯାଇଥିଲା ।
ରଚନାବଳୀ
- ଝଡ଼ର ଆକାଶ (୧୯୯୭)
- ସମୟରେ ସମୟକୁ (୨୦୦୦)
- ସମୀଲକ୍ଷାୟନ (୨୦୧୪)
- ସାମ୍ପ୍ରତିକ କବି ଓ କବିତା (ସମବେତ ରଚନା)
- ଯେ ଗୀତ ଗାଏ ପକ୍ଷୀ (୨୦୧୦)
- ପତ୍ରଝରା ଋତୁ (୨୦୦୩)
- କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟ (ସାରଳା ସାହିତ୍ୟ ଦ୍ୱାରା)
ପୁରସ୍କାର ଓ ସମ୍ମାନ
ରଞ୍ଜିତା ନାୟକଙ୍କୁ ୧୯୯୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ଝଡ଼ର ଆକାଶ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।