Biography
Lists
Also Viewed
Quick Facts
Intro | Politician from Odisha, India | |||
Places | India | |||
is | Politician | |||
Work field | Politics | |||
Gender |
| |||
Birth | 4 April 1920 | |||
Age | 104 years | |||
Star sign | Aries | |||
Positions Held |
|
Biography
ରାମଚନ୍ଦ୍ର ପଟ୍ଟନାୟକ (୪ ଅପ୍ରେଲ ୧୯୨୦ - ୧୩ ମଇ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରାମଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ରାମଚନ୍ଦ୍ର ପଟ୍ଟନାୟକ ୧୯୨୦ ମସିହାର ଅପ୍ରେଲ ମାସ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱମ୍ବର ପଟ୍ଟନାୟକ ଓ ପତ୍ନୀଙ୍କ ନାମ ହୀରାମଣି ପଟ୍ଟନାୟକ । ରାମଚନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବାଣିଜ୍ୟରେ ଇଣ୍ଟରମିଡିଏଟ୍ ।
ରାଜନୈତିକ ଜୀବନ
ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ରାମଚନ୍ଦ୍ର ପଟ୍ଟନାୟକ ୧୯୯୧ ମସିହାର ମଇ ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।