Raghunath Parichha

Indian poet
The basics

Quick Facts

IntroIndian poet
PlacesIndia
wasPoet
Work fieldLiterature
Gender
Male
Birth1802
Death1872 (aged 70 years)
The details

Biography

କବିଚନ୍ଦ୍ର ରଘୁନାଥ ପରିଚ୍ଛା (୧୮୦୨-୭୨) ଓଡ଼ିଶାର ଜଣେ ପୁରାତନ କବି । ସେ ପାରଳାଖେମୁଣ୍ଡିରେ ଜନ୍ମିତ । ସେ ଗୋପୀନାଥ ମହାପ୍ରଭୁଙ୍କ ସମ୍ବନ୍ଧିତ ଅନେକ ଛାନ୍ଦ, କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ, ନାଟକ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରଘୁନାଥ ପରିଚ୍ଛା ପାରଳାଖେମୁଣ୍ଡିର ଅନ୍ୟତମ ପ୍ରସିଦ୍ଧ କବି ଗୌରହରି ପରିଚ୍ଛାଙ୍କ ସମସାମୟିକ ଥିଲେ । ନିଜ କବିତ୍ୱ ଛଡ଼ା ଜ୍ୟୋତିଷ ଓ ଗାୟକ ଭାବେ ସେ ଖ୍ୟାତି ଲାଭ କରିଥିଲେ ।

ଜୀବନ

ରଘୁନାଥ ପରିଚ୍ଛା ପାରଳାଖେମୁଣ୍ଡିର କଟକିଆ ସାହିରେ ପିତା ଚନ୍ଦ୍ରଶେଖର ପରିଚ୍ଛା ଓ ମାତା ହାରାମଣୀଙ୍କ ଔରସରୁ ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ରଘୁନାଥ ୧୮୬୮ ମସିହାରେ ଶ୍ରୀ ଗୋପୀନାଥ ବଲ୍ଲଭ ନାଟକ ରଚନା କରିଥିଲେ । ଏହା ଏକ ଉଚ୍ଚାଙ୍ଗ ନାଟକ ହେବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାର ପ୍ରଥମ ନାଟକ । ଏହି ଶ୍ରୀ ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ । ତାଙ୍କ ପୂର୍ବ ପୁରୁଷ ଲିହୁରି ଗୋପୀନାଥ ମନ୍ଦିରରେ ରାଜ ନିଯୋଗରେ ଯୋଗ୍ୟତା ହାସଲ କରି ପରିକ୍ଷା ଶାଢି ପାଇଥିବା ଶୁଣାଯାଏ । ସେଥି ନିମନ୍ତେ ସେମାନେ ପଣ୍ଡାରୁ ପରିଚ୍ଛା ବୋଲାଇଲେ । ପରିଚ୍ଛା ଶବ୍ଦଟି ପରୀକ୍ଷା ଶବ୍ଦର ଅପଭ୍ରଂଶ ମାତ୍ର । ମହାରାଜଙ୍କ ଠାରୁ ବ୍ରାହ୍ମଣ କୁଳର ସଭାପତି ରୁପେ ନିଯୁକ୍ତି ପାଇଥିଲେ ।

ପରଳା ଗୁଣ୍ଡିଚା ଯାତ୍ରାରେ ସେ ଶାସନୀ ବ୍ରାହ୍ମଣମାନଙ୍କୁ ଘିଅ ପରଷୁଥିଲେ । ଏହା ପାରଳାର ରଜାରାଜୁଡ଼ା ଅମଳର ପ୍ରଚଳିତ ପ୍ରଥା ଥିଲା । ରଘୁନାଥଙ୍କ ପୂର୍ବଜ ବକ୍ରେଶ୍ୱର ପଣ୍ଡିତ ପାରଳାର ଏକ ଜଣାଶୁଣା କବି ଥିଲେ । ଲିହୁରି ଗୋପୀନାଥ ଜୀଉ ତାଙ୍କର କୁଳଦେବତା ଥିଲେ ଓ ସେ ସେଠାରେ ନୀଳସରସ୍ୱତୀ ମନ୍ତ୍ର ସାଧନା କରିଥିଲେ । ଏହି ତଥ୍ୟ ତାଙ୍କଦ୍ୱାରା ଲିଖିତ 'ରାଧାମାଧାବ ବିଳାସ'ର ସପ୍ତମ ପୃଷ୍ଠାରେ ଲିଖିତ ।

ଉପାଧି

ପୁରୀ ମୁକ୍ତିମଣ୍ଡପରେ ରଘୁନାଥ କବିଚନ୍ଦ୍ର ଉପାଧି ପାଇଥିଲେ । ସେ ସେଠାରେ ନିଜା ପ୍ରଗାଢ଼ ଜ୍ଞାନର ପରିଚୟ ଦେଇ କିଛି ଗୀତ ଗାଇଥିଲେ । ଏଥି ମଧ୍ୟରୁ ଗୋଟିଏ ଗୀତ ପ୍ରଭାତ ଅବକାଶରେ ବୋଲାଯାଏ । ଉପାଧି ପ୍ରାପ୍ତ ହେବା ୧୮୩୮ ଦିନ ସେ ଗୌରୀଶଙ୍କର ରାୟଙ୍କ ସହ ଦେଖା ହୋଇଥିଲେ, ଯେ ତାଙ୍କୁ କଟକ ଡାକି ଅଭ୍ୟର୍ଥନା ଜଣାଇଥିଲେ ।

ରଚନା

କବିଚନ୍ଦ୍ରଙ୍କ ଅଧିକାଂଶ ଗ୍ରନ୍ଥ ଓଡ଼ିଆ ଭାଷାରେ ରଚିତ । ଏହି ପ୍ରକାଶିତ ଗ୍ରନ୍ଥଗୁଡ଼ିକ ହେଲା- ଲକ୍ଷଣଚନ୍ଦ୍ରୋଦୟ, ରାଧାମାଧବ ବିଳାସ, ସଙ୍ଗୀତ ରାମାୟଣ, ରାଧାକୃଷ୍ଣ ଲୀଳା,ତାଳ ସର୍ବସାର ଓ ଗ୍ରନ୍ଥୋଦୟ ।[୪] ଏହାଙ୍କ ଅଧିକାଂଶ ରଚନା ଅପ୍ରକାଶିତ ଯଥା: ସଙ୍ଗୀତ ରାମଲୀଳା, ସଙ୍ଗୀତ କୃଷ୍ଣଲୀଳା, ସଙ୍ଗୀତ ରତ୍ନାକର, ବାସୁଦେବ ନାଟକ, କୃଷ୍ଣ ଛାନ୍ଦ, ରାମ ଓ ମୁକତା ନାଟିକା ।

ଲକ୍ଷଣ ଚନ୍ଦ୍ରୋଦୟ

ରଘୁନାଥଙ୍କର ପ୍ରମୁଖ ଏକ କୃତି ହେଲା ଲକ୍ଷଣ ଚନ୍ଦ୍ରୋଦୟ ଗ୍ରନ୍ଥ । ଏହି ଗ୍ରନ୍ଥରେ କାବ୍ୟ ଓ ସଙ୍ଗୀତର ସୂକ୍ଷ୍ମ ଲକ୍ଷଣଗୁଡ଼ିକ ବର୍ଣ୍ଣିତ । ଯାହା ଲିପି, ପ୍ରାସାନୁପ୍ରାସ, ବିଶ୍ରାମ ଯତି, ଗଦ୍ୟପଦ୍ୟ, ଛାନ୍ଦ, ନାଦ, ଶ୍ରୁତି, ରାଗ, ଅଳଙ୍କାର ଇତ୍ୟାଦି ଅନେକ ବିଷୟରେ ଗଠିତ । ଏହା ୧୯୫୭ରେ ଓଡ଼ିଶା ସାହିତ୍ୟା ଏକାଡେମୀ ପକ୍ଷରୁ ପ୍ରକାଶିତ ହୋଇଥିଲା ।

ଶ୍ରୀ ଗୋପୀନାଥ ବଲ୍ଲଭ

୧୮୬୮ ମସିହାରେ କବି ଏହି ନାଟକ ଲେଖିଥିଲେ । ଏହାକୁ ପ୍ରମାଣ କରି ଆପନ୍ନା ପଣ୍ଡାଙ୍କ 'କବି ଜୀବନି'ରେ ପ୍ରଥମ ନାଟକର ପ୍ରଶଂସା କରିଛନ୍ତି । ଏହା ପରେ କଟକର ଜଗମୋହନ ଲାଲ ବାବାଜୀ ନାଟକ ୧୮୭୭ରେ ଲେଖିଥିଲେ । ଗୋପୀନାଥ ବଲ୍ଲଭ ନାଟକ ଲିହୁରି ଗୋପୀନାଥଙ୍କୁ ସମର୍ପିତ ଥିଲା ।

ମୁକ୍ତା ନାଟିକା

୪୩ ଛାନ୍ଦରେ ରଚିତ ଗ୍ରନ୍ଥ । ଅପ୍ରକାଶିତ ।

ରାଧା ମାଧବ ବିଳାସ

ରାଧାକୃଷ୍ଣ ଯୁଗଳ ରାସଲୀଳା ଆଧାରିତ କାବ୍ୟ । ୧୯୫୭ରେ ପ୍ରକାଶିତ ।

ଆଧାର

The contents of this page are sourced from Wikipedia article on 01 Jan 2020. The contents are available under the CC BY-SA 4.0 license.