Praska Sreepathi

Indian politician from Odisha
The basics

Quick Facts

IntroIndian politician from Odisha
PlacesIndia
wasPolitician
Work fieldPolitics
Gender
Male
Birth1 July 1943
Death20 August 1983 (aged 40 years)
Star signCancer
The details

Biography

ପ୍ରସକା ଶ୍ରୀପତି (୧ ଜୁଲାଇ ୧୯୪୩ – ୨୦ ଅଗଷ୍ଟ ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ପ୍ରସକା ଶ୍ରୀପତି ୧୯୪୧ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରାସକା ମୁଗୁରି ଓ ପତ୍ନୀଙ୍କ ନାମ ପ୍ରାସକା ଅଳକା ।

ରାଜନୈତିକ ଜୀବନ

ପ୍ରସକା ଶ୍ରୀପତି ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ପ୍ରସକା ଶ୍ରୀପତି ୧୯୮୩ ମସିହାର ଅଗଷ୍ଟ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article on 17 Dec 2023. The contents are available under the CC BY-SA 4.0 license.