Pradeep Kumar Panda

Writer and Educationist from Odisha, Indai
The basics

Quick Facts

IntroWriter and Educationist from Odisha, Indai
PlacesIndia
isProfessor Writer
Work fieldAcademia Literature
Gender
Male
Birth14 September 1955, Sambalpur district, Northern division, Odisha, India
Age69 years
Star signVirgo
The details

Biography

ପ୍ରଦୀପ କୁମାର ପଣ୍ଡା (ଜନ୍ମ : ୧୪ ସେପ୍ଟେମ୍ବର ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାବିତ । ସେ ଓଡ଼ିଆ କବିତା, ଅନୁବାଦ ଓ ପ୍ରବନ୍ଧ ଆଦି ରଚନା କରିଛନ୍ତି ।

ଜୀବନୀ

ପ୍ରଦୀପ ୧୯୫୫ ମସିହାରେ ସମ୍ବଲପୁର ଜିଲ୍ଲାର ଡଙ୍ଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ସାହିତ୍ୟରେ ଡକ୍ଟରେଟ କରିଛନ୍ତି । ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ଅବସର ଗ୍ରହଣ କରିଛନ୍ତି । ଅବସର ପରେ ସେହି ବିଶ୍ୱବିଦ୍ୟାଳୟର 'ଭୀମଭୋଈ ଚେୟାର'ର ଭାରପ୍ରାପ୍ତ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି ।

ସାହିତ୍ୟ ସର୍ଜନା

ପ୍ରଦୀପଙ୍କର ପ୍ରଥମ କବିତା ୧୯୭୪ ମସିହାରେ ଆସନ୍ତା କାଲି ପତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କର ପ୍ରଥମ କବିତା ସଂକଳନ କାକପଦ ୨୦୦୪ ମସିହାରେ ପ୍ରକାଶିତ ହୋଇଥିଲା

ରଚନାବଳୀ

  • କାକପଦ - ୨୦୦୪
  • ସମୁଦ୍ର ଫମୁଦ୍ର ସବୁ କିମ୍ବଦନ୍ତୀର କଥା
  • ଯଦି ଯିବାକୁ ଚାହଁ ନିହାରିକା
  • ଅନନ୍ତିମ ଆରଦୃଶ୍ୟ
  • ତୁଳି
  • ଅଫେରା
  • ଯାହା ମୁଁ ଚାହୁଁ ନଥିବି
  • ନିର୍ବାଚିତ ୫୦ (ତାଙ୍କଦ୍ୱାରା ନିର୍ବାଚିତ ୫୦ଟି ଓଡ଼ିଆ କବିତାର ବଙ୍ଗଳା ଅନୁବାଦ)
  • ଅନ୍ଧାରରେ (ହିନ୍ଦୀ କବି ଗଜାନନ୍ଦ ମାଦବ ମୁକ୍ତିବୋଧଙ୍କ ହିନ୍ଦୀ କବିତାର ଓଡ଼ିଆ ଅନୁବାଦ)
  • ଅନ୍ଧାରୀ ଚିନ୍ତାରୁ ଧରିତ୍ରୀ ଚିନ୍ତା
  • ପୂର୍ଣ୍ଣାନନ୍ଦ ଦାନୀଙ୍କ ନିର୍ବାଚିତ ଗଳ୍ପ

ସମ୍ମାନ ଓ ପୁରସ୍କାର

  • ଅଖିଳ ମୋହନ କବିତା ସମ୍ମାନ - ୨୦୨୧

ଆଧାର

The contents of this page are sourced from Wikipedia article on 19 Dec 2023. The contents are available under the CC BY-SA 4.0 license.