Biography
Lists
Also Viewed
Quick Facts
Intro | Odia writer and journalist from India | |
Places | India | |
is | Poet Journalist Writer | |
Work field | Journalism Literature | |
Gender |
|
Biography
ପରଂବ୍ରହ୍ମ ତ୍ରିପାଠୀ ଜଣେ ଓଡ଼ିଆ ସାମ୍ବାଦିକ ଓ ସାହିତ୍ୟିକ । ସେ ମୁଖ୍ୟତଃ ପ୍ରବନ୍ଧ ଓ କବିତା ଲେଖନ୍ତି । ବିଭିନ୍ନ ଖବରକାଗଜ ଓ ପତ୍ରିକାରେ ତାଙ୍କ ଲିଖିତ ସ୍ତମ୍ଭ ପ୍ରକାଶିତ ହୋଇଛି ।
ପ୍ରାରମ୍ଭିକ ଜୀବନ
ପରଂବ୍ରହ୍ମ, ଜଗତସିଂହପୁର ଜିଲ୍ଲାର ନାଉଗାଁହାଟଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୈଳାସଚନ୍ଦ୍ର ତ୍ରିପାଠୀ ଜଣେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଥିଲେ । ତାଙ୍କ ପରିବାରରେ ସାହିତ୍ୟର ଆଦର ଥିଲା ଓ ବାଳକ ପରଂବ୍ରହ୍ମ ମଧ୍ୟ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ଦଶମ ଶ୍ରେଣୀରେ ସେ ସମଗ୍ର ଓଡ଼ିଶାରେ ଏକାଦଶ ସ୍ଥାନ ହାସଲ କରିଥିଲେ । ଇଚ୍ଛା ଥିଲା ଡାକ୍ତରୀ ପଢ଼ିବା ପାଇଁ, କିନ୍ତୁ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ନହେବାରୁ ସେ ରେଭେନ୍ସା ମହାବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ସେ ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ମଧ୍ୟ ହାସଲ କରିଛନ୍ତି ।
ବୃତ୍ତିଗତ ଜୀବନ
ପରଂବ୍ରହ୍ମ, ବୃତ୍ତିରେ ଜଣେ ସାମ୍ବାଦିକ । ୨୦୦୫ ମସିହାରେ ସେ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ସମାପ୍ତ କରିଥିଲେ । ୨୦୦୬ରେ ସେ ସାମ୍ବାଦିକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ପରେ ସେ କଣ୍ଟେଣ୍ଟ ରାଇଟର ଭାବରେ ସାଇନପ୍ସ ଆଡ଼ ଏଜେନ୍ସି ଓ ବିବିସି ୱାର୍ଲଡ଼ ସର୍ଭିସ ଟ୍ରଷ୍ଟ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ସରକାର ଓ ଚିକାଗୋ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଓଡ଼ିଶା ଷ୍ଟାର ରେଟିଂ ପ୍ରୋଗ୍ରାମର କମ୍ୟୁନିକେସନ କୋର୍ଡ଼ିନେଟର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ସାହିତ୍ୟିକ ଜୀବନ
ପରଂବ୍ରହ୍ମ ମୁଖ୍ୟତଃ ପ୍ରବନ୍ଧ ଓ କବିତା ଲେଖନ୍ତି । ଜଣେ ସ୍ତମ୍ଭକାର ଭାବରେ ଓଡ଼ିଶାର ପ୍ରମୂଖ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହୋଇଛି । ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ବେଳେ ତାଙ୍କର ପ୍ରଥମ କବିତା ମୋ ଗାଁ ମୀନାବଜାର ପତ୍ରିକାରେ ପ୍ରକାଶ ପାଇଥିଲା । ବଡ଼ ହେବାପରେ ତାଙ୍କର ପ୍ରଥମ କବିତା ଜୀବନ, ପ୍ରଜାତନ୍ତ୍ର ସାପ୍ତାହିକରେ ପ୍ରକାଶ ପାଇଥିଲା । ଏଯାବତ ତାଙ୍କର ଗୋଟିଏ କବିତା ପୁସ୍ତକ ଓ ୪ଟି ପ୍ରବନ୍ଧ ପୁସ୍ତକ ପ୍ରକାଶ ପାଇଛି । ସେ ରାତି ସରି ସରି ଯାଉଛି ଚଳଚ୍ଚିତ୍ରର ଚାଲ ପ୍ରିୟା ବଦନାମ ହେବ ଗୀତଟି ଲେଖି ଶ୍ରେଷ୍ଠ ଗୀତିକାର ଭାବରେ ମଧ୍ୟ ପୁରସ୍କୃତ ହୋଇଛନ୍ତି ।
ରଚନାବଳୀ
- କୁନା ତ୍ରିପାଠୀର ରଫ ଖାତା (କବିତା) - ୨୦୧୪ (ପେନ ଇନ ପ୍ରକାଶନ)
- କିଛି କହିବାର ଅଛି (ପ୍ରବନ୍ଧ) - ୨୦୧୬ (ଟାଇମପାସ ପ୍ରକାଶନ)
- କଥା ତ ଏତିକି (ପ୍ରବନ୍ଧ) - ୨୦୧୭ (ଟାଇମପାସ ପ୍ରକାଶନ)
- କକଟେଲ (ପ୍ରବନ୍ଧ) - ୨୦୧୯ (ଟାଇମପାସ ପ୍ରକାଶନ)
- କିମାଶ୍ଚର୍ଯ୍ୟମ (ପ୍ରବନ୍ଧ) - ୨୦୨୧ (ଟାଇମପାସ ପ୍ରକାଶନ)
ସମ୍ମାନ ଓ ପୁରସ୍କାର
- ଡ଼ଃ ରାଧାନାଥ ରଥ ଫେଲୋସିପ - ୨୦୦୫ (ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳର ଶ୍ରେଷ୍ଠଛାତ୍ର)
- କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାର
- ସୃଜନ ଭାରତ ଯୁବ ପୁରସ୍କାର
- ପଲ୍ଲୀବାଣୀ ଶବ୍ଦ ସମ୍ବର୍ଦ୍ଧନା
- ବିଭୁଦତ୍ତ ମିଶ୍ର ସ୍ମୃତି ସମ୍ମାନ
- ଟାଇମପାସ ଶ୍ରେଷ୍ଠ ବିକ୍ରେତା ପୁରସ୍କାର
- ଲାଡଲି ମିଡ଼ିଆ ପୁରସ୍କାର - ୨୦୨୩