Padma Charan Samantasinghar

Indian politician
The basics

Quick Facts

IntroIndian politician
PlacesIndia
wasPolitician
Work fieldPolitics
Gender
Male
Birth1 December 1917
Death29 January 1993 (aged 75 years)
Star signSagittarius
Politics:Janata Party Indian National Congress
The details

Biography

ପଦ୍ମ ଚରଣ ସାମନ୍ତସିଂହାର (୧ ଡିସେମ୍ବର ୧୯୧୭ - ୧୭ ଫେବୃଆରୀ ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ପଦ୍ମ ଚରଣ ସାମନ୍ତସିଂହାର ୧୯୧୭ ମସିହାର ଡିସେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଧୁସୂଦନ ସାମନ୍ତସିଂହାର ଓ ପତ୍ନୀଙ୍କ ନାମ ଶୈଳବାଳା ସାମନ୍ତସିଂହାର ।

ରାଜନୈତିକ ଜୀବନ

ପଦ୍ମ ଚରଣ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ଏବଂ ପରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ପଦ୍ମ ଚରଣ ସାମନ୍ତସିଂହାର ୧୯୯୩ ମସିହାର ଫେବୃଆରୀ ୧୭ ତାରିଖରେ ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article on 19 Sep 2023. The contents are available under the CC BY-SA 4.0 license.