Biography
Lists
Also Viewed
Quick Facts
Intro | Politician from Odisha, India | |||||||||||||||||||||
Places | India | |||||||||||||||||||||
was | Politician | |||||||||||||||||||||
Work field | Politics | |||||||||||||||||||||
Gender |
| |||||||||||||||||||||
Birth | 8 February 1908 | |||||||||||||||||||||
Death | 28 September 1988 (aged 80 years) | |||||||||||||||||||||
Star sign | Aquarius | |||||||||||||||||||||
Politics: | Indian National Congress Orissa Jana Congress | |||||||||||||||||||||
Positions Held |
|
Biography
ପବିତ୍ର ମୋହନ ପ୍ରଧାନ (୮ ଫେବୃଆରୀ ୧୯୦୮ - ୨୮ ସେପ୍ଟେମ୍ବର ୧୯୮୮) ଓଡ଼ିଶାର ଜଣେ ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ପବିତ୍ର ମୋହନ ପ୍ରଧାନ ୧୯୦୮ ମସିହାର ଫେବୃଆରୀ ମାସ ୮ ତାରିଖରେ ତାଳଚେର ଅନ୍ତର୍ଗତ ପୋଇପାଳଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଭରତ ପ୍ରଧାନ । ଶୈଶବରୁ ହିଁ ସେ ବାପାଙ୍କୁ ହରେଇଥିଲେ । ପବିତ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।
ରାଜନୈତିକ ଜୀବନ
ସ୍ୱାଧୀନତା ପୂର୍ବରୁ ପବିତ୍ର ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏଥିପାଇଁ ତାଙ୍କୁ ରାଜଦ୍ରୋହ ଅଭିଯୋଗ ଓ କାରାବରଣ କରିବାକୁ ପଡିଥିଲା । ସ୍ୱାଧିନତା ପରେ ସେ ଗଡ଼ଜାତ ଆନ୍ଦୋଳନରେ ଯୋଗଦେଇଥିଲେ । ଗଡ଼ଜାତ ମିଶ୍ରଣ ପରେ ସେ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ । ୧୯୪୬ ମସିହାରେ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ଓ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ସ୍ୱାଧୀନତା ପରର ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଭିନ୍ନ ସମୟରେ ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ ଓ ଭାରତୀୟ ଲୋକ ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୪୬ | ୧୯୫୨ | ସଭ୍ୟ, ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭା | ଆଠଗଡ଼ | ନିର୍ଦ୍ଦଳୀୟ |
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ତାଳଚେର | ଭାରତୀୟ ଜାତୀୟ କଂଗ୍ରେସ |
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ତାଳଚେର | ଭାରତୀୟ ଜାତୀୟ କଂଗ୍ରେସ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ପାଲଲହଡ଼ା | ଜନ କଂଗ୍ରେସ |
୧୯୬୧ | ୧୯୬୧ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା (ଇସ୍ତଫା) | ତାଳଚେର | ଭାରତୀୟ ଜାତୀୟ କଂଗ୍ରେସ |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ପାଲଲହଡ଼ା | ଜନ କଂଗ୍ରେସ |
୧୯୭୧ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା (ଇସ୍ତଫା) | ଆଠଗଡ଼ | ଜନ କଂଗ୍ରେସ |
ମୃତ୍ୟୁ
ପବିତ୍ର ୧୯୮୮ ମସିହାର ସେପ୍ଟେମ୍ବର ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।