Narayan Sahu
Odia playwright
ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ଵର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ନାରାୟଣ ସାହୁ ୧୯୫୫ ମସିହା ନଭେମ୍ବର ୨୫ତାରିଖରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ ଉତ୍ତରେଶ୍ଵରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ନାଟକ ଦେଖି, ସେଦିଗରେ ସେ ଆକର୍ଷିତ ହୋଇଥିଲେ । "ତାମସୀତୃଷ୍ଣା" ତାଙ୍କର ମଞ୍ଚସ୍ଥ ହୋଇଥିବା ପ୍ରଥମ ନାଟକ ଥିଲା । "ଆମେ କ୍ରାନ୍ତି" ନାମରେ ତାଙ୍କର ଏକ ନାଟ୍ୟସଂସ୍ଥା ରହିଛି ।