Nandakishore Mishra

Politician from Odisha, India
The basics

Quick Facts

IntroPolitician from Odisha, India
PlacesIndia
wasPolitician
Work fieldPolitics
Gender
Male
Birth18 October 1906
Death30 March 1992 (aged 85 years)
Star signLibra
Politics:Swatantra Party All India Ganatantra Parishad
The details

Biography

ନନ୍ଦ କିଶୋର ମିଶ୍ର (୧୮ ଅକ୍ଟୋବର ୧୯୦୬ - ୩୦ ମାର୍ଚ୍ଚ ୧୯୯୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଲାଙ୍ଗୀର, ତୁଷରା ଓ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ନନ୍ଦ କିଶୋର ମିଶ୍ର ୧୯୦୬ ମସିହାର ଅକ୍ଟୋବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବେଣୁଧର ମିଶ୍ର ଏବଂ ପତ୍ନୀଙ୍କ ନାମ ହରପ୍ରିୟା ଦେବୀ ।

ରାଜନୈତିକ ଜୀବନ

ନନ୍ଦ କିଶୋର ମିଶ୍ର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । । ୧୯୬୭ ମସିହାରୁ ୧୯୭୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୧୯୫୨୧୯୫୭ସଭ୍ୟ, ୧ମ ଓଡ଼ିଶା ବିଧାନ ସଭାବଲାଙ୍ଗୀରଗଣତନ୍ତ୍ର ପରିଷଦ
୧୯୫୭୧୯୬୧ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭାବଲାଙ୍ଗୀରଗଣତନ୍ତ୍ର ପରିଷଦ
୧୯୬୧୧୯୬୭ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭାତୁଷରାସ୍ୱତନ୍ତ୍ର ପାର୍ଟି
୧୯୬୭୧୯୭୧ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭାଲୋଇସିଂହାସ୍ୱତନ୍ତ୍ର ପାର୍ଟି
୧୯୭୧୧୯୭୩ସଭ୍ୟ, ୫ମ ଓଡ଼ିଶା ବିଧାନ ସଭାଲୋଇସିଂହାସ୍ୱତନ୍ତ୍ର ପାର୍ଟି

ମୃତ୍ୟୁ

ନନ୍ଦ କିଶୋର ମିଶ୍ର ୧୯୯୨ ମସିହାର ମାର୍ଚ୍ଚ ୩୦ ତାରିଖରେ ୮୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଆଧାର

The contents of this page are sourced from Wikipedia article on 09 Nov 2023. The contents are available under the CC BY-SA 4.0 license.