Naba Kishore Mishra
Odissi dancer and Guru
ନବକିଶୋର ମିଶ୍ର, ଜଣେ ଜଣାଶୁଣା ଓଡ଼ିଶୀ ଓ ସମ୍ବଲପୁରୀ ନର୍ତ୍ତକ ଏବଂ ନୃତ୍ୟଗୁରୁ । ସେ ଗୀତରଚନା, ନୃତ୍ୟ ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରନ୍ତି । ବର୍ତ୍ତମାନ,ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି ଏବଂ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ନିମନ୍ତେ ଚେଷ୍ଟିତ ରହିଛନ୍ତି ।
ନବକିଶୋର ମିଶ୍ର, ୧୯୬୦ ମସିହା ଜାନୁଆରୀ ୧ ତାରିଖ ଦିନ ଭୁବନେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅନନ୍ତ ମିଶ୍ର ଓ ମାତାଙ୍କ ନାମ ଦୁର୍ଗାମଣି ଅଟେ । ସ୍କୁଲରେ ପଢିବାଦିନରୁ ସେ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଆଦି କଳା ପ୍ରତି ଆକର୍ଷିତ ହୋଇଥିଲେ । ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲରେ ପଢୁଥିବା ସମୟରେ, ସେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସ୍କୁଲ ଶିକ୍ଷା ପରେ, ସେ ସମ୍ବଲପୁରରେ କଲେଜ ଶିକ୍ଷାଗ୍ରହଣ କରୁଥିବା ସମୟରେ, ରସରକଲି, ଡାଲଖାଇ ଓ ମାଇଲାଜଳ ଆଦି ସମ୍ବଲପୁରୀ ନୃତ୍ୟ ଶିକ୍ଷାକରିଥିଲେ ।