ମନିଷା ମିଶ୍ର ଜଣେ ଭାରତୀୟ-ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଓଡ଼ିଆ ଦୂରଦର୍ଶନ ଧାରାବାହିକ ଆଦିରେ ଅଭିନୟ କରନ୍ତି । ୧୯୯୬ ମସିହାରେ ସେ ଓଡ଼ିଆ କଥାଚିତ୍ର ପୁଅ ମୋର ଭୋଳାଶଙ୍କରରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ସୁପରଷ୍ଟାର, ମୁଁ ଦିୱାନା ତୋ' ପାଇଁ, ଧର୍ମ, ଗଡ୍ଫାଦର୍, ବିନ୍ଦାସ ରୋମିଓ, ତୋ ପ୍ରେମରେ ପଡ଼ିଲା ପରେ, ଆଦି କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ମଞ୍ଜରୀ ଟିଭିରେ ପ୍ରସାରିତ ଧାରାବାହିକ ରକ୍ତ ସମ୍ପର୍କରେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
ମନିଷା ମିଶ୍ର ତୋ'ର ମୋର ପ୍ରେମ କାହାଣୀ ନାମକ ଏକ ଓଡ଼ିଆ ଚଳଚ୍ଚିତ୍ରରେ ନାୟକର ମାଆ ଭୂମିକାରେ ଅଭିନୟ କରିଥିଲେ, ଯାହାକି ମୁକ୍ତିଲାଭ କରିନଥିଲା । ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ଗାଁର ନାଁ ଗାଲୁଆପୁରରେ ସେ ଅଭିନୟ କରିଥିଲେ । ୨୦୨୩ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ବାଜିବଲୋ ସାହାନାଇ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ଆଶୁତୋଷ ମହାପାତ୍ର ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|
୧୯୯୬ | ପୁଅ ମୋର ଭୋଳାଶଙ୍କର | ଗୌରୀ | |
୨୦୧୩ | ସୁପରଷ୍ଟାର | | |
ମୁଁ ଦିୱାନା ତୋ' ପାଇଁ | ପ୍ରମିଳା | |
ଧର୍ମ | | |
ମିତ ବସିଛି ମୁଁ ଭୂତ ସାଥିରେ | | |
୨୦୧୫ | ବିନ୍ଦାସ ରୋମିଓ | | |
୨୦୧୭ | ଗଡ୍ଫାଦର୍ | | |
ମୁଁ ଖାଣ୍ଟି ଓଡ଼ିଆ ଝିଅ | | |
୨୦୧୮ | ଭାଇଜାନ୍ | | |
୨୦୧୯ | ବୈଶାଳୀ | | |
୨୦୨୧ | ଗାଁର ନାଁ ଗାଲୁଆପୁର | | |
୨୦୨୩ | ବାଜିବଲୋ ସାହାନାଇ | | |
ଅଭିନୀତ ଧାରାବାହିକ
ବର୍ଷ | ଧାରାବାହିକ | ଭୂମିକା | ଚେନାଲ୍ |
---|
୨୦୨୦ | ରକ୍ତ ସମ୍ପର୍କ | | ମଞ୍ଜରୀ ଟିଭି |
ଆଧାର
ଅଧିକ ତଥ୍ୟ