Lochan Dhangada Majhi
Politician from Odisha, India
Intro | Politician from Odisha, India | |
Places | India | |
was | Politician | |
Work field | Politics | |
Gender |
| |
Birth | 20 February 1916 | |
Death | 19 February 1991 (aged 75 years) | |
Star sign | Pisces | |
Politics: | Swatantra Party |
ଲୋଚନ ଧାଙ୍ଗଡ଼ା ମାଝି (୨୦ ଫେବୃଆରୀ ୧୯୧୬ - ୧୯ ଫେବୃଆରୀ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଧର୍ମଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଲୋଚନ ଧାଙ୍ଗଡ଼ା ମାଝି ୧୯୧୬ ମସିହାର ଫେବୃଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାନ୍ଥା ଧାଙ୍ଗଡ଼ା ଓ ପତ୍ନୀଙ୍କ ନାମ ଇନ୍ଦିରା ଧାଙ୍ଗଡ଼ା ମାଝି ।
ଲୋଚନ ଧାଙ୍ଗଡ଼ା ମାଝି ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।
ଲୋଚନ ଧାଙ୍ଗଡ଼ା ମାଝି ୧୯୯୧ ମସିହାର ଫେବୃଆରୀ ୧୯ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।