Biography
Lists
Also Viewed
Quick Facts
Biography
ଲଳିତା ପ୍ରସିଦା ଶ୍ରୀପଦା ଶ୍ରୀସାଇ (ଇଂରାଜୀ: Lalita Prasida Sripada Srisai) ଜଣେ ଭାରତୀୟ ସ୍କୁଲ ଛାତ୍ରୀ । ସେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ ସ୍କୁଲର ଜଣେ ଛାତ୍ରୀ । ମକାରେ ତିଆରି ଏକ ନିଆରା ଜଳ ବିଶୋଧନ ପ୍ରକ୍ରିୟା ନିର୍ମାଣ କରି ୨୦୧୫ ମସିହାରେ ଗୁଗୁଲ ପରିଚାଳିତ "ଗୁଗୁଲ ସାଇନ୍ସ ଫେଆର"ରେ ସାଇଣ୍ଟିଫିକ ଆମେରିକାନ ତରଫରୁ "କମୁନିଟି ଇମ୍ପାକ୍ଟ ଆୱାର୍ଡ଼" ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
ଲଳିତା ମାତା କଲ୍ୟାଣୀ ଏସ ଓ ପିତା ସୁବ୍ରମଣ୍ୟ କେ ଏସଙ୍କ ଔରସ୍ୟରୁ ଆନ୍ଧ୍ର ପ୍ରଦେଶର ପାଲକୋଲଠାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ପରିବାର ସହ ଦାମନଯୋଡ଼ିରେ ଆସି ବସବାସ କରୁଥିଲେ ।
ଗବେଷଣା
ଲଳିତାଙ୍କ ଗବେଷଣା ଫୋପଡ଼ା ଯାଉଥିବା ମକା ଭଳି ପ୍ରାକୃତିକ ଉପାଦାନ ବ୍ୟବହାର କରି ଜଳ ବିଶୋଧନ ଉପରେ । ସେ ଏଥି ପାଇଁ ଓଡ଼ିଶା, ପଶ୍ଚିମ ବଙ୍ଗଳା ଓ ନାଗାଲାଣ୍ଡର ଚାଷୀମାନଙ୍କ ସଙ୍ଗେ ମିଶି ମକାର ଜଳ ବିଶୋଧନ କ୍ଷମତା ଉପରେ ଗବେଷଣା କରିଥିଲେ । ସେ ଦାମନଯୋଡ଼ିର ସ୍ଥାନୀୟ ଚାଷୀମାନଙ୍କ ପାଖରୁ ଖିଆଯାଇଥିବା ମକାଖଣ୍ଡ ସଂଗ୍ରହ କରି ସେସବୁକୁ ସଫା କରି ଖରାରେ ଶୁଖାଇବା ପରେ ସେହି ମକାଖଣ୍ଡଗୁଡ଼ିକ ନିଜେ ତିଆରି କରିଥିବା ଏକ ବିଶୋଧନ ଯନ୍ତ୍ରରେ ଲଗାଉଥିଲେ । ପରେ ଏଥିରେ ଅନ୍ୟାନ୍ୟ ଉପକରଣ ଖଞ୍ଜି ଅଧିକ ଜଟିଳ ପଦ୍ଧତିରେ ଜଳ ବିଶୋଧନ କରିବା ଆରମ୍ଭ କଲେ । ତାଙ୍କର ଏହି ଗବେଷଣା ପ୍ରକଳ୍ପର ଗାଇଡ଼ ଥିଲେ ପଲ୍ଲବୀ ମହାପାତ୍ର ।
ମାନସମ୍ମାନ
ତାଙ୍କ ମକାର ଜଳବିଶୋଧନ ଉପରେ ପର୍ଯ୍ୟବଶିତ ଗବେଷଣା ପାଇଁ ତାଙ୍କୁ ଗୁଗୁଲଦ୍ୱାରା ପରିଚାଳିତ ୨୦୧୫ ସାଇଣ୍ଟିଫିକ ଆମେରିକାନର କମୁନିଟି ଇମ୍ପାକ୍ଟ ଆୱାର୍ଡ଼ରେ ସମ୍ମାନୀତ କରାଯାଇଥିଲା । ଏଥିରେ ତାଙ୍କୁ $୧୦୦୦୦ (ଆମେରିକୀୟ ଡଲାର) ସହିତ ସାଇଣ୍ଟିଫିକ ଆମେରିକାନର ବର୍ଷକ ପାଇଁ ସଭ୍ୟପଦ ମିଳିଥିଲା ।
ଆଧାର
ବାହାର ଆଧାର
- Low cost bio-adsorbent. (Google Science Fair)