Krushna Chandra Singh Mandhata
Indian politician
Intro | Indian politician | ||||||
A.K.A. | Krushna Chandra Mandhata | ||||||
A.K.A. | Krushna Chandra Mandhata | ||||||
Places | India | ||||||
was | Politician | ||||||
Work field | Politics | ||||||
Gender |
| ||||||
Religion: | Hinduism | ||||||
Birth | 15 August 1911 | ||||||
Death | 24 June 1983 (aged 71 years) | ||||||
Star sign | Leo | ||||||
Politics: | Independent Politician | ||||||
Positions Held |
|
କୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା (୧୫ ଅଗଷ୍ଟ ୧୯୧୧ - ୨୪ ଜୁନ ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
କୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା ୧୯୧୧ ମସିହାର ଅଗଷ୍ଟ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ସିଂହ ମାନ୍ଧାତା ଏବଂ ପତ୍ନୀଙ୍କ ନାମ ସୌଭାଗ୍ୟ ମଞ୍ଜରୀ ଦେବୀ ଓ ବସନ୍ତ ମଞ୍ଜରୀ ଦେବୀ ।
କୃଷ୍ଣ ଚନ୍ଦ୍ର ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଦୁଇଥର କାର୍ଯ୍ୟ କରିଥିଲେ ।
କୃଷ୍ଣ ଚନ୍ଦ୍ର ୧୯୮୩ ମସିହାର ଜୁନ ମାସ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।