Krushna Chandra Naik
Politician from Odisha, India
Intro | Politician from Odisha, India | |
Places | India | |
was | Politician | |
Work field | Politics | |
Gender |
| |
Birth | 16 April 1912 | |
Death | 19 May 1984 (aged 72 years) | |
Star sign | Aries | |
Politics: | Swatantra Party |
କୃଷ୍ଣଚନ୍ଦ୍ର ନାଏକ (୧୬ ଅପ୍ରେଲ ୧୯୧୨ - ୧୯ ମଇ ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଶ୍ରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
କୃଷ୍ଣଚନ୍ଦ୍ର ନାଏକ ୧୯୧୨ ମସିହାର ଅପ୍ରେଲ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭୋଳେଶ୍ୱର ନାଏକ ଓ ପତ୍ନୀଙ୍କ ନାମ ଅନ୍ନପୂର୍ଣ୍ଣା ନାଏକ ।
କୃଷ୍ଣଚନ୍ଦ୍ର ନାଏକ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।
କୃଷ୍ଣଚନ୍ଦ୍ର ନାଏକ ୧୯୮୪ ମସିହାର ମଇ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।