Biography
Lists
Also Viewed
Quick Facts
Intro | Indian politician | |||||
A.K.A. | Kishore Chandra Deo Bhanja | |||||
A.K.A. | Kishore Chandra Deo Bhanja | |||||
Places | India | |||||
is | Politician | |||||
Work field | Politics | |||||
Gender |
| |||||
Religion: | Hinduism | |||||
Death | 16 January 1960 | |||||
Politics: | Indian National Congress | |||||
Positions Held |
|
Biography
କିଶୋର ଚନ୍ଦ୍ର ଦେଓ ଭଞ୍ଜ (ମୃତ୍ୟୁ: ୧୬ ଜାନୁଆରୀ ୧୯୬୦) ଦଶପଲ୍ଲାର ପୂର୍ବତନ ରାଜା ଥିଲେ ଏବଂ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କିଶୋର ଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦଶପଲ୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨ୟ ଓଡ଼ିଶା ବିଧାନ ସଭାରେ କିଶୋର ଚନ୍ଦ୍ର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା, ଫଳରେ ଉପନିର୍ବାଚନରେ ତାଙ୍କ ପୁଅ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
କିଶୋର ଚନ୍ଦ୍ର ଦେଓ ଭଞ୍ଜଙ୍କ ବାପାଙ୍କ ନାମ ନାରାୟଣ ଭଞ୍ଜଦେଓ ଏବଂ ପତ୍ନୀଙ୍କ ନାମ ରାଜ ସୁନ୍ଦରୀ ଦେବୀ । ସେ ଦଶପଲ୍ଲାର ରାଜା ଥିଲେ । ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ମଧ୍ୟ ଜଣେ ରାଜନୀତିଜ୍ଞ ଥିଲେ, ଯିଏକି ଓଡ଼ିଶା ବିଧାନ ସଭାରେ ବିଧାୟକ ଭାବରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥିଲେ ।
ରାଜନୈତିକ ଜୀବନ
କିଶୋର ଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥଲେ ।
ମୃତ୍ୟୁ
କିଶୋର ଚନ୍ଦ୍ର ଦେଓ ଭଞ୍ଜ ୧୯୬୦ ମସିହାର ଜାନୁଆରୀ ମାସ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।