Jyotsna Biswal Rout

Translator from Odisha, India
The basics

Quick Facts

IntroTranslator from Odisha, India
PlacesIndia
isTranslator
Gender
Female
The details

Biography

ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ ଜଣେ ଓଡ଼ିଆ ଅନୁବାଦିକା । ଅନୁବାଦ ପୁସ୍ତକ ମହାରଥୀ ପାଇଁ ୨୦୦୮ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପ୍ରଦାନ କରାଯାଇଥିଲା । ବୃତ୍ତିରେ ସେ ଜଣେ ଅଧ୍ୟାପିକା ଓ ଗୌହାଟି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଅଧ୍ୟାପନା କରନ୍ତି ।

ସାହିତ୍ୟ ସର୍ଜନା

ଜ୍ୟୋତ୍ସ୍ନା, ଉଭୟ ମୌଳିକ ସାହିତ୍ୟ ଓ ଅନୁବାଦରେ ନିଜ ଲେଖନୀ ଚାଳନା କରନ୍ତି । ଉଭୟ ଓଡ଼ିଆ ଓ ଅସମୀୟା ଭାଷାରେ ଦକ୍ଷତା ରଖିଥିବା ଜ୍ୟୋତ୍ସ୍ନା ୧୦ରୁ ଅଧିକ ଅସମୀୟା ଲେଖକଙ୍କର ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ସେହିପରି ମାଦଳା ପାଞ୍ଜିକୁ ସେ ଅସମୀୟା ଭାଷାକୁ ଅନୁବାଦ କରିଛନ୍ତି । ପ୍ରତିଭା ରାୟଙ୍କ ଉଲଙ୍ଘନ ପୁସ୍ତକ ମଧ୍ୟ ସେ ଅନୁବାଦ କରିଛନ୍ତି ।

ରଚନାବଳୀ

  • ମାଦଳା ପାଞ୍ଜି (ଓଡ଼ିଆରୁ ଅସମୀୟା)
  • ଉଲଙ୍ଘନ (ଓଡ଼ିଆରୁ ଅସମୀୟା)
  • ଅନ୍ୟ ଜଣେ (ହରେକୃଷ୍ଣ ଡେକାଙ୍କର ପୁସ୍ତକ ଅସମୀୟାରୁ ଓଡ଼ିଆ)
  • ମହାରଥୀ ( ଚନ୍ଦ୍ରପ୍ରସାଦ ସାଇକିଆଙ୍କ ପୁସ୍ତକ ଅସମୀୟାରୁ ଓଡ଼ିଆ)
  • ବାଘ ଟାପୁରେ ରାତି (ମୂଳ ରଚନା ଅପୂର୍ବ ଶର୍ମା)
  • ଶୃଙ୍ଖଳା

ବ୍ୟକ୍ତିଗତ ଜୀବନ

ଜ୍ୟୋତ୍ସ୍ନା, ବୃତ୍ତିରେ ଜଣେ ଅଧ୍ୟାପିକା । ଗୌହାଟି ବିଶ୍ୱବିଦ୍ୟାଳୟରେ ସେ ଓଡ଼ିଆ ଭାଷା ଅଧ୍ୟାପନା କରନ୍ତି । ସେ ପୂର୍ବରୁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ । ସେ ଓଡ଼ିଆ ଭାଷାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଛନ୍ତି । ତାଙ୍କ ପତି ଆସାମ କାଡ଼ରର ଭାରତୀୟ ପୁଲିସ ସେବା ଅଧିକାରୀ ।

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୦୮

ଆଧାର

The contents of this page are sourced from Wikipedia article on 17 Nov 2023. The contents are available under the CC BY-SA 4.0 license.