Jose Jacob

Indian sports coach
The basics

Quick Facts

IntroIndian sports coach
PlacesIndia
isSports coach
Work fieldSports
Gender
Male
Awards
Dronacharya Award 
The details

Biography

ଜୋସ୍ ଜାକୋବ, ଜଣେ ଜଣାଶୁଣା ନୌଚାଳନା ପ୍ରଶିକ୍ଷକ । ଦ୍ରୋଣାଚାର୍ଯ୍ୟ ପୁରସ୍କାର ହାସଲ କରିବାରେ, ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି । ବର୍ତ୍ତମାନ, ସେ ଓଡ଼ିଶା ନୌଚାଳନା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ, କଟକ ନିକଟସ୍ଥ ଜଗତପୁରସ୍ଥିତ ଜଳକ୍ରୀଡା କେନ୍ଦ୍ରରେ ନୌଚାଳନା ପ୍ରଶିକ୍ଷଣା ପ୍ରଦାନ କରୁଛନ୍ତି ।

ଜାକୋବ, ୧୯୮୩ ମସିହାରେ କେରଳ ବାସ୍କେଟବଲ ଦଳର ଖେଳାଳି ଭାବରେ ଭାରତୀୟ ସେନାରେ ଯୋଗଦାନ କରିଥିଲେ । ସେ, 'ମାଡ୍ରାସ ଇଞ୍ଜିନିୟରିଂ ଗ୍ରୁପ ଆଣ୍ଡ ସେଣ୍ଟର'ରେ ନିଯୁକ୍ତି ପାଇଥିଲେ । ସେଠାରେ ସେ, ସନ୍ତରଣ କ୍ରୀଡା ପାଇଁ ମନୋନୀତ ହୋଇଥିଲେ । ୧୯୮୩ରୁ ୧୯୮୯ ପର୍ଯ୍ୟନ୍ତ, ସେ ଭାରତୀୟ ସେନାରେ ନୌଚାଳକ(ରୋୟର) ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ କର୍ଣ୍ଣାଟକ ଦଳର ପ୍ରଶିକ୍ଷକ ଭାବରେ କାର୍ଯ୍ୟରମ୍ଭ କରିଥିଲେ । ୧୯୯୯ ମସିହା ପର୍ଯ୍ୟନ୍ତ ସେଠାରେ କାମ କରି, ସେ ଇଚ୍ଛାଧିନ ଅବସର ଗ୍ରହଣ କରିଥିଲେ ଓ ଭାରତୀୟ କ୍ରୀଡା ପ୍ରାଧିକରଣ ସହ ଯୋଡି ହୋଇଥିଲେ । ୨୦୦୧ରୁ ସେ ଓଡ଼ିଶା ନୌଚାଳନା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ସମୟ ମଧ୍ୟରେ, ସେ ଓଡ଼ିଶାକୁ ୨୪୪ଟି ଜାତୀୟ ଓ ୨୦ଟି ଅନ୍ତର୍ଜାତୀୟ ପଦକ ଜିତାଇ ପାରିଛନ୍ତି । ତାଙ୍କ ପ୍ରଶିକ୍ଷଣ ଯୋଗୁ, ଓଡ଼ିଶା ୧୩ଥର ଜାତୀୟ ଚମ୍ପିୟାନ ହୋଇପାରିଛି ।

ସମ୍ମାନ ଓ ପୁରସ୍କାର

  • ଦ୍ରୋଣାଚାର୍ଯ୍ୟ ପୁରସ୍କାର - ୨୦୧୪
  • ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର - ୨୦୧୪
  • କମଳ ଗାଙ୍ଗୁଲି ସ୍ମାରକୀ କ୍ରୀଡା ପୁରସ୍କାର - ୨୦୧୪

ଆଧାର

The contents of this page are sourced from Wikipedia article on 04 Aug 2020. The contents are available under the CC BY-SA 4.0 license.