Jhililata Sena
Indian volleyball player
Intro | Indian volleyball player | |
Places | India | |
is | Athlete Volleyball player | |
Work field | Sports | |
Gender |
|
ଝିଲିଲତା ସେଣ ( ଜନ୍ମ : ୦୧ ଜୁଲାଇ ୧୯୮୭ ) ଜଣେ ଓଡ଼ିଆ ଭଲିବଲ ଖେଳାଳି । ଆନ୍ତର୍ଜାତୀୟକ ସ୍ତରରେ ଭଲିବଲ ଖେଳିବାରେ ସେ ପ୍ରଥମ ଓଡ଼ିଆ ମହିଳା । ତାଙ୍କୁ ଭଲିବଲର ଅଲରାଉଣ୍ଡର ଖେଳାଳି କୁହାଯାଏ, କାରଣ ସେ ଉଭୟ ଆକ୍ରମଣାତ୍ମକ ଓ ରକ୍ଷଣଶୀଳ ଖେଳରେ ପାରଙ୍ଗମ । ସେ ଓଡ଼ିଶା, ପୂର୍ବ ରେଲବାଈ ଓ ଭାରତ ତରଫରୁ ଭଲିବଲ ଖେଳନ୍ତି ।
ଝିଲିଲତା ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଭିଣୋଇ ଗଦାଧର ବାରିକ ଜଣେ ସନ୍ତରଣ ପ୍ରଶିକ୍ଷକ । ତାଙ୍କରି ପ୍ରୋତ୍ସାହନରେ ଝିଲିଲତା ଭଲିବଲ ଖେଳିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ଭଲିବଲ ଖେଳରେ ପ୍ରଶିକ୍ଷଣ ନେବା ପାଇଁ ସେ ରାଜ୍ୟ ସ୍ପୋର୍ଟସ ହଷ୍ଟେଲରେ ଯୋଗଦେଇଥିଲେ । କୋଚ ଉଷାରାଣୀ ମହାନ୍ତିଙ୍କ ଅଧିନରେ ସେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।
ଝିଲିଲତା ୧୯୮୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗ୍ରାମ ପୁରୀ ଜିଲ୍ଲାର ସରୋଭା । ତାଙ୍କ ପିତାଙ୍କ ନାମ ଦିବାକର ସେଣ । ତାଙ୍କ ଭାଇଙ୍କ ନାମ ଶିବାନନ୍ଦ ସେଣ । ସେ ସତ୍ୟଜୀତ ମୁଦୁଲିଙ୍କୁ ବିବାହ କରିଛନ୍ତି ।