Biography
Lists
Also Viewed
Quick Facts
Intro | Odia writer | |
A.K.A. | Jalandhara Deba | |
A.K.A. | Jalandhara Deba | |
Places | India | |
was | Writer | |
Work field | Literature | |
Gender |
| |
Birth | 15 October 1872, Debagarh district, India | |
Death | 11 November 1952 (aged 80 years) | |
Star sign | Libra |
Biography
ଜଳନ୍ଧର ଦେବ (୧୮୭୩-୧୯୫୨) ଓଡ଼ିଶାର ଦେବଗଡ଼ ଜିଲାରେ ଜନ୍ମିତ ଜଣେ ସାହିତ୍ୟିକ ଥିଲେ । ସେ ବହୁ ପ୍ରବନ୍ଧ, ଗଳ୍ପ, ନାଟକ, କବିତା ଓ କାହାଣୀ ରଚନା କରି ଆଧୁନିକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାକୁ ସେ ଉଦ୍ୟମ କରିଥିଲେ ।
ଜଳନ୍ଧର ଦେବ ୧୭୭୨ମସିହା ଅକ୍ଟୋବର ୧୫ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ, ବାମଣ୍ଡାର ରାଜା ବାସୁଦେବ ସୁଢଳ ଦେବଙ୍କ ସମ୍ପର୍କୀୟ ଭାଇ ଥିଲେ । ଶୈଶବରୁ ମାତୃହରା ଜଳନ୍ଧରଙ୍କର ଲାଳନପାଳନ କରିଥିଲେ, ବାମଣ୍ଡାର ରାଜମାତା । ସୁଢଳ ଦେବଙ୍କ ପୁତ୍ର ସଚ୍ଚିଦାନନ୍ଦ ଓ ଜଳନ୍ଧର ସହପାଠୀ ଥିଲେ । ଜଳନ୍ଧର ଦେବ ବାମଣ୍ଡା ଛାତ୍ର ଆନ୍ଦୋଳନର ପ୍ରଥମ ସମ୍ପାଦକ ଥିଲେ ଓ ସଚ୍ଚିଦାନନ୍ଦ ଦେବ ସଭାପତି ଥିଲେ । ୧୯୦୩ ମସିହାରେ ସଚ୍ଚିଦାନନ୍ଦ ଦେବ ସିଂହାସନରେ ବସିବାପରେ ଜଳନ୍ଧରଙ୍କୁ ଦେବାନ ଦାୟିତ୍ୱ ଅର୍ପଣ କରିଥିଲେ । ପ୍ରଶାସନିକ କାର୍ଯ୍ୟ ସହିତ ଜଳନ୍ଧର ଆଜୀବନ ସାହିତ୍ୟ ସାଧନାରେ ବ୍ରତି ରହିଥିଲେ ।
ସାହିତ୍ୟ ସାଧନା
ଜଳନ୍ଧର ଦେବ, ୩୦ଟି ପ୍ରବନ୍ଧ, ୧୨ଟି ଗଳ୍ପ, ଗୋଟିଏ ନାଟକ, ଦୁଇଟି ଏକାଙ୍କିକା, କିଛି କବିତା ଓ ଭ୍ରମଣ କାହାଣୀ ରଚନା କରିଥିଲେ । ବିଭିନ୍ନ ପତ୍ରିକା ସହ ସଂଶ୍ଳିଷ୍ଟ ରହିଥିଲେ ଓ ସମ୍ପାଦନା ମଧ୍ୟ କରିଥିଲେ ।
ରଚନାବଳି
ଗଳ୍ପ
- ଗୌରୀ ଓ କାହ୍ନୁ
- ଅତିଥି ସତ୍କାର
- ଅଶ୍ରୁଧାରା
- ବିବାହ ଭୋଜି
- ଜଳନ୍ଧର ରଚନବଳୀ
ସମ୍ପାଦନା
- 'ଆଲୋଚନା'
- 'ଶଙ୍ଖ'
ପ୍ରବନ୍ଧ
- ବିବାହ ବିଚାର - ୧୯୨୮
- ବେଦ ଓ ହିନ୍ଦୁଧର୍ମ - ୧୯୫୨
- ବର୍ଣ୍ଣ ଓ ଜାତୀୟତା
- ଭାଗବତ ଗୀତା
ଭ୍ରମଣ କାହାଣୀ
- ଡାଏରୀର କିୟଦଂଶ - ୧୯୫୨
ନାଟକ
- ଉଦୟ ସଂଘ - ୧୯୩୪
କବିତା
- ମେଘ ଭାବନା - ୧୯୩୪
- ଅସ୍ପୃଶ୍ୟ - ୧୯୩୪