Jagannath Tripathy

Indian politician from Odisha
The basics

Quick Facts

IntroIndian politician from Odisha
PlacesIndia
wasPolitician
Work fieldPolitics
Gender
Male
Birth14 June 1922
Death23 August 2007 (aged 85 years)
Star signGemini
The details

Biography

ଜଗନ୍ନାଥ ତ୍ରିପାଠୀ (୧୪ ଜୁନ ୧୯୨୨ - ୨୩ ଅଗଷ୍ଟ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ନବରଙ୍ଗପୁର ଉପ-ନିର୍ବାଚନ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ଜଗନ୍ନାଥ ତ୍ରିପାଠୀ ୧୯୨୨ ମସିହାର ଜୁନ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାମନାଥ ତ୍ରିପାଠୀ ଓ ପତ୍ନୀଙ୍କ ନାମ ସୂର୍ଯ୍ୟମଣି ଦେବୀ ।

ରାଜନୈତିକ ଜୀବନ

ଜଗନ୍ନାଥ ତ୍ରିପାଠୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ଜଗନ୍ନାଥ ତ୍ରିପାଠୀ ୨୦୦୭ ମସିହାର ଅଗଷ୍ଟ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article on 24 Dec 2023. The contents are available under the CC BY-SA 4.0 license.